ସୁନାବେଡ଼ା ଅଭୟାରଣ୍ୟରେ ୭ ଟିକିଆ ହାତୀପଲ, ୮ ଘର ଭାଙ୍ଗିଲେ,ଅଞ୍ଚଳରେ ଭୟର ବାତାବରଣ
ପଞ୍ଚାୟତର ଦାତୁନାମା ଗାଁରେ ପ୍ରବେଶ କରି ହାତୀପଲ ୮ଟି ଘର ଭାଙ୍ଗିଦେଇଛି।
ନୂଆପଡ଼ା, ୦୫/୦୨ (ଜିଲ୍ଲା ଖବର)
(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲାର କୋମନା ବ୍ଲକଅନୁର୍ଗତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ୭ଟିକିଆ ହାତୀପଲ ଭୟଙ୍କ ଙ୍କର ଆତଙ୍କ ସୃଷ୍ଟି କରି କରିଛି। ଛତିଶଗଡ଼ ରାଜ୍ୟ ଅଞ୍ଚଳରୁ ଆସିଥିବା ଏହି ହାତୀପଲରେ ୫ଟି ବଡ଼ ଓ ୨ଟି ଛୁଆ ହାତୀ ରହିଥିଲେ। ସୁନା ନାବେଡ଼ା ପଞ୍ଚାୟତର ଦାତୁନାମା ଗାଁରେ ପ୍ରବେଶ କରି ହାତୀପଲ ୮ଟି ଘର ଭାଙ୍ଗିଦେଇଛି। ମକାରୁ ପହରିଆ, ମଙ୍ଗଳ ପହରିଆ, ପୁରନ ପହରିଆ, ଜଳାରାମ ପହରିଆ, ଦୁଖାଲୁ ପହରିଆ, ସୁନାମତି ପହରିଆ, ଲକ୍ଷ୍ମଣ ପହରିଆ, ଶୁକାଲୁ ପହରିଆ ଓ ପୁନିଆବାଇ ପହରିଆଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ଘର ଭିତରକୁ ପଶି ରାସନ ସାମଗ୍ରୀ ନଷ୍ଟ କରାଯାଇଛି। ନଙ୍ଗରା ଗାଁରେ ମଧ୍ୟ ହାତୀପଲ ଗୋନ୍ଦଲିବାଇ ପହରିଆଙ୍କ ଝାଟିମାଟି ଘର ଭାଙ୍ଗିଦେଇଥିବାବେଳେ ରୋଷେଇ ଚୁଲିର ନିଆଁରେ ଘରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଖବର ପାଇ ବନ୍ୟପ୍ରାଣୀ ବିଭାଗ, ସିଆରପିଏଫ ୨୧୬ ବ୍ୟାଟାଲିୟନ ଓ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଖାଦ୍ୟ, ପଲିଥୁନ ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। କୋମନା ବିଡ଼ିଓ ପବିତ୍ର ସାମଲ କହିଛନ୍ତି ଯେ, କ୍ଷତିଗ୍ରସ୍ତ ପରିବାରଙ୍କୁ ଅସ୍ଥାୟୀ ଆଶ୍ରୟ ଦିଆଯାଇଛି ଏବଂ ଆସନ୍ତାକାଲି ପ୍ରତ୍ୟେକ ପରିବାରକୁ ୧୦ କେଜି ଚାଉଳ ପ୍ରଦାନ କରାଯିବ। କ୍ଷୟକ୍ଷତି ରିପୋର୍ଟ ଜିଲ୍ଲାପାଳଙ୍କୁ ପଠାଯାଇ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ।




