ଓଡିଶା
ରାଣୀପୁର ଗ୍ରାମ ଠାରେ ଆଜି ଏକ ବୟସ୍କ ବନ୍ୟା ପ୍ରାଣୀ ବରାହ ମୃତ୍ୟୁ ହୋଇଅଛି
ଚିକିତ୍ସକ ମୃତ ଘୋଷଣା, ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଖଡିଆଳ ବନ ବିଭାଗ ନର୍ସରୀ ରେ ରଖାଯାଇଛି

ନୂଆପଡା ତା:୨୨.୦୨. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ରାଣୀପୁର ଗ୍ରାମ ଠାରେ ଆଜି ଏକ ବୟସ୍କ ବନ୍ୟା ପ୍ରାଣୀ ବରାହ ମୃତ୍ୟୁ ହୋଇଅଛି । ଖଡିଆଳ, ବନ୍ ବିଭାଗ ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ବରାହ କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଲାଗିଥିବା ବେଳେ ଖଡିଆଳ ପ୍ରାଣୀ ଚିକିତ୍ସାଳୟ କୁ ପ୍ରାଥମିକ ଚିକିତ୍ସା ପାଇଁ ଆଣିଥିଲେ। ଖଡିଆଳ ପ୍ରାଣୀ ଚିକିତ୍ସକ ହେମଙ୍ଗିନି ମେହେର ମୃତ ଘୋଷଣା କରିଛନ୍ତି। ପ୍ରକୃତି ଭାବରେ ବରାହ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି। ବନ୍ ବିଭାଗ ପକ୍ଷ ରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଖଡିଆଳ ବନ ବିଭାଗ ନର୍ସରୀ ରେ ରଖାଯାଇଛି। ତାର ଶବ ବ୍ୟବଚ୍ଛେଦ ପରେ ତାକୁ ମାଟି ରେ ପୋତିବା କାର୍ଯ୍ୟ ହେବା ନେଇ ଖଡିଆଳ ବନ ବିଭାଗ ପକ୍ଷ ରୁ ପ୍ରକାଶ।




