ଓଡିଶା
ଖଡିଆଳ ବ୍ଲକ ବରଗାଁ ଗ୍ରାମର ଜଣେ ଆଦର୍ଶ ଶିକ୍ଷକ ରମେଶ ଚନ୍ଦ୍ର ମୁଣ୍ଡ ୭୨ ବର୍ଷ ବୟସ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ
୭୨ ବର୍ଷ ବୟସ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ନୂଆପଡା ତା:୨୨.୦୨.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ଗ୍ରାମର ଜଣେ ଆଦର୍ଶ ଶିକ୍ଷକ ରମେଶ ଚନ୍ଦ୍ର ମୁଣ୍ଡ ୭୨ ବର୍ଷ ବୟସ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ରମେଶ ଚନ୍ଦ୍ର ମୁଣ୍ଡ ଶିକ୍ଷକତା ଜୀବନ ରୁ ଅବସର ଗ୍ରହଣ ପରେ ନିଜ ପୁଅ ଙ୍କ ସହ ତଥା ଟାଟାନଗର ରେ ବସବାସ କରୁଥିଲେ। ତାଙ୍କ ହୃଦ୍ ରୋଗ ରେ ଆକ୍ରାନ୍ତ ଥିବା ବେଳେ ଅସ୍ତ୍ରୋପଚାର କରିଥିଲେ। ପରେ ପକ୍ଷଘାତ ରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ୭୨ ବର୍ଷ ବୟସ ରେ ତାଙ୍କ ମୃତ୍ୟୁ ହୋଇଅଛି। ଆଜି ତାଙ୍କ ପାର୍ଥିବ ଶରୀର ଖଡିଆଳ ବରଗାଁ ଅଣାଯାଉଥିବା ବେଳେ ନିଜ ପୈତୃକ ଗ୍ରାମ ରେ ସେଶକୃତ୍ ଅନୁଷ୍ଠିତ ହେବ।




