
ନୂଆପଡା ୨୨ ୨ ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସାନହେଶ୍ୱର୍ ପଞ୍ଚାୟତ କୁଲିଗାଁ ଠାରେ 8 ତମ କଳିଙ୍ଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ । ଉଦଯାପନୀ ଫାଇନାଲ ଖେଲରେ ଦମାପଲା ଓ କୋମନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା କୋମନା ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୨ ଓଭର ୧ ବଲ ରେ ୧୨୨ ରନ ସଂଗ୍ରହ କରିଥିଲା l 123 ରନ ର ବିଜୟ ଲକ୍ଷ ନେଇ ଦମାପଲା ଥିବା ଦଳ ୧୩ ଓଭରରେ ୩ ୱିକେଟ ହରାଇ ୧୨୩ ରନ କରି ବିଜୟୀଲାଭ କରି ଚମ୍ପିୟାନ ହୋଇଥିଲା l ଗତ ଫେବୃୟାରୀ ୮ ତାରିଖରୁ ଆରମ୍ଭ ହୋଇ ଆଜି ଫେବୃୟାରୀ ୨୨ ତାରିଖ ଉଦଯାପିତ ହୋଇଛି । ଖେଳ ପରିଚାଳନା କରିଥିଲେ ବସନ୍ତ ସବର ଓ ହୃଦାନନ୍ଦ ବଛା ଧାରା ବିବରଣୀ କରିଥିଲେ ବଳବନ୍ତ ସବର, ସ୍କୋରିଙ୍ଗ କରିଥିଲେ ନୀଳ ଶବର,ଏହି ଉଦଯାପନୀ ଉତ୍ସବ ଫାଇନାଲ ଖେଳ ରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି ଓ ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଯୋଗଦେଇଥିଲେ | ସେହିପରି ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଆଲ୍ଲାଦିନି ବେହେରା, କୁଳିଗାଁ ଆଶ୍ରମ୍ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦ୍ୟାଧର ମାଝୀ, ଗ୍ରାମର କନ୍ଦର୍ପ ଶବର, ବାଳମୁକୁନ୍ଦ ଶବର,ଉପେନ୍ଦ୍ର ଶବର,ହାରାବତି ଶବର ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ lଗ୍ରାମର ଶହଶହ ମହିଳା ସମେତ ଲୋକ ମାନେ ଖେଳ ଦେଖିବାକୁ ଆସିଥିଲେ । ନୂଆ ଖେଳ ପଡିଆ ରେ ଖେଳ ହେଉଥିବାରୁ ଗ୍ରାମର ଲୋକେ ଆୟୋଜକ କମିଟି କୁ ଭୂରି ଭୂରି ପ୍ରଶଂସା କରିଥିଲେ|
ସଭାପତି ବଲଦେବ ରାଉତ, କମଳାକାନ୍ତ ଶବର, ପ୍ରହଲ୍ଲାଦ ଶବର,ଧୀରଜ କୁଲଦୀପ, ଟୁନା ଶବର, ଶୟବନ୍ତ ଶବର, ଉମା ଶବର, ବିକାଶ ସବର ପ୍ରମୁଖ ସହଯୋଗ କରିଥିଲେ |



