Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ାରେ ମାରାଗୁଡା ଲୋକମହୋତ୍ସବ ପାଇଁ ମଞ୍ଚ କମିଟିର ବୈଠକ ଅନୁଷ୍ଠିତ l

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଅଧ୍ୟକ୍ଷତା କରିଥିଲେ

ନୂଆପଡା, ତା. ୨୨/୦୨ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଳାରେ ଆସନ୍ତା ମାରାଗୁଡା ଲୋକମହୋତ୍ସବ ପାଇଁ ମଞ୍ଚ କମିଟିର ଏକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଅଧ୍ୟକ୍ଷତା କରିଥିଲେ।ବୈଠକ ଆରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରସ୍ତାବ ରଖିଥିଲେ ଯେ, ଆସନ୍ତା ଲୋକମହୋତ୍ସବର ମଞ୍ଚ ଜିଲ୍ଲାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିବା ଉଚିତ। ଏହା ଅନୁସାରେ ଶୀଘ୍ର ମଞ୍ଚର ଆକୃତି ଓ ଡିଜାଇନ୍ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା, ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଯନ୍ତ୍ରୀ ଆର୍ ଏଣ୍ଡ ବି ,ସୁକାନ୍ତ ଗର୍ଡିଆ, କଳାକାର ପ୍ରତାପ କୁମାର ସାହୁ, ରାଜସ୍ଵ ସହାୟକ ବିଭୁ ଦତ୍ତ ମିଶ୍ର, ଡେପୁଟି କଲେକ୍ଟର ରୋଷନ୍ କୁମାର ଜେନାଙ୍କ ସହ ଡି ସି ସି , ନୂଆପଡାର ପ୍ରତିନିଧିମାନେ ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ। ଆସନ୍ତା ଏପ୍ରିଲ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନ୍ୟାଶନାଲ କଲେଜ ପଡିଆରେ ମାରାଗୁଡ଼ା ଲୋକମହୋତ୍ସବ ଆୟୋଜନ କରାଯିବା।ଲୋକମହୋତ୍ସବକୁ ସୁଚାରୁ ଓ ସଫଳ ଭାବେ ପାଳନ କରିବା ପାଇଁ ୧୩ଟି କମିଟି ଗଠନ କରାଯାଇଛି। ସେଗୁଡିକ ହେଲା—ଉପଦେଷ୍ଟା କମିଟି, ଅଭ୍ୟର୍ଥନା କମିଟି, ବିତ୍ତ କମିଟି, ପ୍ରଦର୍ଶନୀ କମିଟି, ଖାଦ୍ୟ କମିଟି, ବାସ କମିଟି, ମଞ୍ଚ ପରିଚାଳନା କମିଟି, ପ୍ରଚାର ପ୍ରସାର କମିଟି, ସୁରକ୍ଷା ଓ ନିରାପତ୍ତା କମିଟି, ପରିମଳ କମିଟି, ସାଂସ୍କୃତିକ କମିଟି, ସ୍ମରଣିକା କମିଟି ଓ ବୌଦ୍ଧିକ କମିଟି। ପ୍ରତ୍ୟେକ କମିଟିକୁ ନିଜ ନିଜ ଦାୟିତ୍ୱ ସୁଚାରୁ ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଆହ୍ବାନ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!