Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ l ଅବୈଧ ମାଦକ ଦ୍ରବ୍ୟ ଚୋରାଚାଲାଣ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ l

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ଆରମ୍ଭରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟନୁଷ୍ଠାନ ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିରୁ ଜଣାଗଲାଯେ ୨୦୨୬ ମସିହାରେ ଗତ ବର୍ଷ ତୁଳନାରେ ଅପରାଧିକ ମାମଲା ଚିହ୍ନଟ, ଗିରଫ ଓ ଚାର୍ଜସିଟ ଦାଖଲରେ ବୃଦ୍ଧି ପରିଲକ୍ଷିତ ହୋଇଛି।
ଜିଲ୍ଲାପାଳ ରାଜସ୍ୱ ସଂଗ୍ରହ ଉପରେ ଗୁରୁତ୍ୱ ଦେବା ସହିତ ବିଭାଗୀୟ କାର୍ଯ୍ୟକଳାପ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସୋସିଆଲ ମିଡିଆର ସକ୍ରିୟ ବ୍ୟବହାର ଉପରେ ଜୋର ଦେଇଥିଲେ। ଆଇନ ଅନୁମୋଦିତ ଦଣ୍ଡାଦେଶ ସୁନିଶ୍ଚିତ କରିବା ପାଇଁ ମାମଲାର ସଠିକ୍ ତଦନ୍ତ ଓ ସମୟସୀମା ମଧ୍ୟରେ ଚାର୍ଜଶିଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ବିଶେଷକରି ଗଞ୍ଜେଇ ଓ କଫ୍ ସିରଫ ଚୋରାଚାଲାଣ ରୋକିବାକୁ ସମନ୍ୱିତ ଓ ଦୃଢ଼ ଅଭିଯାନ ଜାରି ରଖିବା ପାଇଁ ଜିଲ୍ଲାପାଳ ଆହ୍ୱାନ କରିଥିଲେ। ଚାଳକମାନଙ୍କ ମଦ୍ୟପାନ କରି ଗାଡ଼ି ଚାଳନାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଢାବା ଉପରେ ଚଢ଼ାଉ କରିବା ସହ ସମ୍ପର୍କିତ ଅନ୍ୟାନ୍ୟ ବିଭାଗ ସହିତ ସମନ୍ୱୟ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ। ଏହାସହିତ ଅଧିକ ମାମଲା ଚିହ୍ନଟ ପାଇଁ ଗୁଇନ୍ଦା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିମାସ ‘ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ’ଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।ଉକ୍ତ ସମୀକ୍ଷା ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!