Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂତନ କାର୍ଯ୍ୟାଳୟ ପାଇଁ ସରକାର ପକ୍ଷ ରୁ ଅର୍ଥ ବରାଦ, ୩ କୋଟି ରୁ ଉର୍ଦ୍ଧ ଅର୍ଥ ରେ ନିର୍ମିତ ହେବ ଖରୀଆର ରୋଡ ଏନ୍ ଏ ସି କାର୍ଯ୍ୟାଳୟ

ସରକାର ପକ୍ଷ ରୁ ଅର୍ଥ ବରାଦ, ୩ କୋଟି ରୁ ଉର୍ଦ୍ଧ ଅର୍ଥ ରେ ନିର୍ମିତ ହେବ ଖରୀଆର ରୋଡ ଏନ୍ ଏ ସି କାର୍ଯ୍ୟାଳୟ

ନୂଆପଡା ତା:୦୨.୦୩.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ) ନୂତନ କଳେବର, ନୂତନ ଚିନ୍ତା ଚେତନା ନେଇ ଓଡ଼ିଶା ସୀମାନ୍ତ ରେ ଅବସ୍ଥିତ ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ। କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥା ଦେଇ ଗତି କରୁଥିବା ବେଳେ ଅଧ୍ୟକ୍ଷା ଡଃ.ସୋନିଆ ଜୈନ୍ ଙ୍କ ଉଦ୍ୟମ ଏବଂ ସରକାରଙ୍କ ପ୍ରଚେଷ୍ଟା ସବକା ସାଥ ସବକା ବିଶ୍ୱାସ ନେଇ ସମସ୍ତଙ୍କ ବିକାଶର ଚିନ୍ତା ରେ ଖରୀଆର ରୋଡ ଏନ୍ ଏ ସି ର ନୂତନ କାର୍ଯ୍ୟାଳୟ ପାଇଁ ସରକାର ପକ୍ଷ ରୁ ଅର୍ଥ ବରାଦ, ୩ କୋଟି ରୁ ଉର୍ଦ୍ଧ ଅର୍ଥ ରେ ନିର୍ମିତ ହେବ ଖରୀଆର ରୋଡ ଏନ୍ ଏ ସି କାର୍ଯ୍ୟାଳୟ। ପୂର୍ଣ୍ଣତା ସହରାଞ୍ଚଳ ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ହେବା ପରିକଳ୍ପନା ହୋଇଅଛି। “ଗାଆଁ ଦାଣ୍ଡ ପରିସ୍ଥିତି ଧୋବାତୁଠ ରୁ” ବାର୍ତ୍ତା ନେଇ ଓଡ଼ିଶା ର ପ୍ରବେଶ ଦ୍ବାରା ସୀମାନ୍ତ ସହର କୁ ଅଗ୍ରାଧିକାର ଭିତ୍ତିରେ ଉନ୍ନତିକରଣ ବ୍ୟବସ୍ଥା ସରକାର ହାତକୁ ନେଇଛନ୍ତି। ଫୁଡ୍ ପାର୍କ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ନୂତନ କାର୍ଯ୍ୟାଳୟ ନିର୍ମାଣ ର ଏକ ମାଷ୍ଟର ପ୍ଲାନ୍ ପ୍ରକାଶିତ ହୋଇଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!