Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଆଦିବାସୀ ନେତା ବିନୋଦ ଧରୁଆଙ୍କ ୭୦ ବର୍ଷ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଆଦିବାସୀ ନେତା ବିନୋଦ ଧରୁଆଙ୍କ ୭୦ ବର୍ଷ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ନୂଆପଡା ତା:୦୬.୦୩. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ଆଦିବାସୀ ନେତା ବିନୋଦ ଧରୁଆଙ୍କ ୭୦ ବର୍ଷ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ବିନୋଦ ଧରୁଆ ବିରିଘାଟ ଗ୍ରାମ ପଞ୍ଚାୟତ ରେ ୧୯୯୬ ରୁ ୨୦୦୧, ୨୦୧୭ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସରପଞ୍ଚ ରୂପେ ଦାୟିତ୍ବ ନିର୍ବାହ କରିଛନ୍ତି। ତାଙ୍କ ସମୟର ଗ୍ରାମାଞ୍ଚଳ କୁ ସଡ଼କ ପଥ ନିର୍ମାଣ କରିବା ସହ ଅଞ୍ଚଳର ଶିକ୍ଷାର ବିକାଶ ସହ ସୁନ୍ଦର୍ ନଦୀ ଉପରେ ବ୍ରିଜ ନିର୍ମାଣ ନେଇ ଦାବି କରିଥିଲେ। ତାଙ୍କ ପୁଅ ନିରୋଜ ମାଝୀ ମୁଖଗ୍ନି ଦେଇଛନ୍ତି। ଆଜି ତାଙ୍କ ଗ୍ରାମ ରେ ଶେଶକୃତ୍ୟ ଶେଷ ହୋଇଅଛି। ତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ। ବିଭିନ୍ନ ମହଲ ରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସେ ଜଣେ ଭଦ୍ର, ମେଲାପୀ ଏବଂ ମିଷ୍ଟ ଭାଷୀ ଥିଲେ। ତାଙ୍କ ପାଇଁ ପଞ୍ଚାୟତ ସହ ଖଡିଆଳ ଅଞ୍ଚଳ ଦୁଃଖିତ ଥିବା ଶୋକ ସମ୍ବାଦ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!