Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ବସ ଓ ବାଇକ ଧକ୍କା ରେ ଗୁରୁତର ଯୁବକ ର ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଚିକିଲି ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ବସ ଓ ବାଇକ

କଳାହାଣ୍ଡି ୮ ୩ ଜିଲ୍ଲା ଖବର (ଆର. ପ୍ରୀତିଙ୍କ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଚିକିଲି ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ବସ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକରେ ଥିବା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗ୍ରାମ ର ପୁରୁନ ଚଳାନ (୩୩) ଗୁରୁତର ହୋଇଥିବା ବେଳେ ଘଟଣା ସମ୍ପର୍କରେ ଖବର ମିଳିବା ପରେ କୋକସରା ପୋଲିସ ପହଞ୍ଚି ଯୁବକ ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଯୁବକ ଙ୍କ ସହିତ ବାଇକ ରେ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ୍ୟ ଅନ୍ୟତ୍ର ଚିକିତ୍ସା ପାଇଁ ଭର୍ତି ହୋଇ ଥିବା ଜଣାପଡିଛି। ପୋଲିସ ଦୁର୍ଘଟଣା ଘଟାଇ ଥିବା ବସ ଓ ବାଇକ କୁ ଜବତ କରିଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମୃତକ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!