ନୂଆପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା କୁ ବଦଳି l
ନୂଆପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିସାବରେ ବଦଳି ହୋଇଯାଇଛି l

ନୂଆପଡା, ତା ୨୧/୦୩ ଜିଲ୍ଲା ଖବର 🌹ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିସାବରେ ବଦଳି ହୋଇଯାଇଛି l ନୂଆପଡା ଜିଲ୍ଲାରେ ସେ ଅଗଷ୍ଟ ୨୦୨୪ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ l ସେହିଦିନ ଠାରୁ ସେ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ସହିତ ଭାଇବନ୍ଧୁ ଭଳି ସମ୍ପର୍କ ରଖି ସେମାନଙ୍କ ପ୍ରିୟପାତ୍ର ହୋଇଥିଲେ l ପ୍ରଶାସନ ସ୍ତରରେ ଦୈନନ୍ଦିନ ହେଉଥିବା ସମସ୍ତ ସଭା ସମିତି, ଉତ୍ସବ, ସମାରୋହରେ ସେ ସାମ୍ବାଦିକ ମାନଙ୍କୁ ସାମିଲ କରିବା ସହିତ ଏସବୁର ବାର୍ତ୍ତା, ଫୋଟୋ ତଥା ଭିଡିଓ ସେମାନଙ୍କୁ ଠିକ୍ ସମୟରେ ପ୍ରଦାନ କରୁଥିଲେ l ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ମଧ୍ୟରେ ସେ କେବେହେଲେ ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ l ଜିଲ୍ଲା ପ୍ରଶାସନ ଓ ମିଡିଆ ମଧ୍ୟରେ ସେ ସବୁବେଳେ ଗୋଟିଏ ଉତ୍ତମ ଯୋଗସୂତ୍ର ରଖିବାରେ ସଫଳ ହୋଇଥିଲେ l ତାଙ୍କର ହସହସ ମୁହଁ ଓ ସମସ୍ତଙ୍କୁ ଆପଣେଇ ନେବାର ଅଦ୍ଭୁତ କଳା ଯୋଗୁଁ ସେ ସାମ୍ବାଦିକ ମାନଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ l ଏହା ସହିତ ବିଭିନ୍ନ ସଭା ସମିତିରେ ତାଙ୍କର ମଞ୍ଚ ପରିଚାଳନା କଳା ଏବଂ ଓଜସ୍ୱିନୀ ବକ୍ତବ୍ୟ ସମସ୍ତଙ୍କୁ ମୁଗ୍ଧ କରୁଥିଲା l ଏହିଭଳି ଜଣେ ସୁଯୋଗ୍ୟ, ଦରଦୀ ଏବଂ ସାମ୍ବାଦିକ ହିତୈଷୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବଦଳିରେ ଜିଲ୍ଲାର ସାମ୍ବାଦିକ ମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି l




