Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲାପାଳଙ୍କ ଜଳସେଚନ ବିଭାଗ (ମଧ୍ୟମ) କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲାପାଳଙ୍କ ଜଳସେଚନ ବିଭାଗ (ମଧ୍ୟମ) କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ l ସମସ୍ତ ପ୍ରକଳ୍ପର ଗୁଣବତ୍ତା ଠିକ୍ ରହିବା ସହିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ହେବ - ଜିଲ୍ଲାପାଳ।

ନୂଆପଡା( ଜିଲ୍ଲା ଖବର) (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଳସେଚନ ବିଭାଗ (ମଧ୍ୟମ ଜଳସେଚନ ପ୍ରକଳ୍ପ)ର କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରୋହିତ ଅଗ୍ରୱାଲ କାର୍ଯ୍ୟ ଖସଡା ଓ ସଫଳତାର ବିବରଣୀ ଉପସ୍ଥାପନା କରିଥିଲେ । ସର୍ବ ପ୍ରଥମେ, ନୂଆପଡ଼ା ଜିଲ୍ଲାର ସଫଳ ରବି ଜଳସେଚନ ବିଷୟରେ ସମ୍ୟକ ଭାବେ ଆଲୋଚନା କରାଯାଇଥିଲା ।ବିଭାଗ ଦ୍ଵାରା ଖରିଫ୍ ଋତୁରେ ୨୨୬୨୫ ଏଵଂ ରବି ରେ ୬୯୭୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି l ଏହାଦ୍ଵାରା ୧୧୮ ଟି ଗ୍ରାମର ଚାଷୀ ୫୨ ଟି ପାଣି ପଞ୍ଚାୟତ ଦ୍ଵାରା ଉପକୃତ ହେଉଛନ୍ତି l ଜିଲ୍ଲାପାଳଙ୍କ ପୂର୍ବ ସମୀକ୍ଷା ବୈଠକରେ ୩ ଗୋଟି ସର୍ଭିସ ରୋଡ଼, ୫ ଗୋଟି ନଦୀବନ୍ଧ ସୁରକ୍ଷା କାର୍ଯ୍ୟ, ସାଇପଲା ନଦୀବନ୍ଧର ଉନ୍ନତିକରଣ, ୬ ଗୋଟି ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲ ଲାଇନିଙ୍ଗ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା l ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଗୁଣବତ୍ତାକୁ ବଜାୟରଖି ସମୟସୀମା ମଧ୍ୟରେ ଶୀଘ୍ର ସମ୍ପାଦନ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ବର୍ତ୍ତମାନ, ସେଥିମଧ୍ୟରୁ ୧ ଗୋଟି ସର୍ଭିସ ରୋଡ଼ କାମ ସମାପ୍ତ ହୋଇ ସାରିଛି ଅନ୍ୟ ଦୁଇ ଗୋଟି ସର୍ଭିସ ରୋଡ଼ ୭୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । କେନାଲ ଲାଇନିଙ୍ଗ, ମରାମତି ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ ୯୦ ପ୍ରତିଶତ ହୋଇ ସାରିଛି । ବଳକା କାର୍ଯ୍ୟଗୁଡିକୁ ମଧ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ୪ ଗୋଟି କାର୍ଯ୍ୟର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ବର୍ତ୍ତମାନ, ଏହି କାର୍ଯ୍ୟର ଡି ପି ଆର୍ ଓ ଖର୍ଚ୍ଚ ଆକଳନ ପାଇଁ ଉକ୍ତ ସ୍ଥାନଗୁଡିକର ସର୍ଭେ କାର୍ଯ୍ୟ ଜାରୀ ରହିଛି । ଏହା ସରିଲା ପରେ, ଉକ୍ତ ପ୍ରକଳ୍ପ ଗୁଡିକ ପ୍ରାୟତଃ ଜୁନ ମାସରେ ଆରମ୍ଭ ହେବାର ସମ୍ଭାବନା ଅଛି । ଏହି ବୈଠକରେ ନୂଆପଡ଼ା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ଜ୍ୟୋତିର୍ମୟୀ ଦାସ, ବିଘ୍ନେଶ୍ୱର ପ୍ରଧାନ, ସୁଶାନ୍ତ କିସାନ୍ , ସୌରଭ ରଞ୍ଜନ ପରିଡ଼ା, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!