ଓଡିଶା

ନୂଆପଡା ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି

ଖଡ଼ିଆଳ ତା: ୦୯.୦୨ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦ୍ବାରିକା ନାଥ ଶତପଥୀ,ବ୍ଲକ୍ ଉପାଧ୍ୟକ୍ଷା ମୀନା ଘିବେଲା,ବିଡ଼ିଓ କାର୍ମୀ ଓରାମ , ତହସିଲଦାର ଉପାଞ୍ଜଳୀ ମାଝୀ, ଏସ୍ ଡି ପି ଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟୀ କଲେକ୍ଟର ଚିନ୍ମୟ ସାଗର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ ।

ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ୬୩ ଟି ବ୍ୟକ୍ତିଗତ ଓ ୧୦ ଟି ସାମୂହିକ ମୋଟ ୭୩ ଗୋଟି ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା। ଶିବିରରେ ଅସହାୟ ମହିଳା ହେମକାନ୍ତୀ ମେହେର , ନି ହାତିବନ୍ଧାଙ୍କୁ ରେଡ୍ କ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇ ଥିଲା l ଶୁଣାଣୀ ଶିବିର ଉପଲକ୍ଷେ ଘୁଚାଗୁଡ଼ା ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଓ ଝାରବନ୍ଧ ଗ୍ରାମପଞ୍ଚାୟତରେ ଜନସାଧାରଣଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଓ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା l ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଏକ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ।ଆଜି ଶିବିରରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!