Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଆଇଜି ସେଫିନ ଅହମ୍ମଦଙ୍କ ପରଲୋକ: ଓଡ଼ିଶା ପୋଲିସ ପକ୍ଷରୁ ଶୋକସଭା

ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଆଇଜି ସେଫିନ ଅହମ୍ମଦଙ୍କ ପରଲୋକ: ଓଡ଼ିଶା ପୋଲିସ ପକ୍ଷରୁ ଶୋକସଭା

​ଭୁବନେଶ୍ୱର: (୩୧ ୮ ଜିଲ୍ଲା ଖବର )

ଓଡ଼ିଶା କ୍ୟାଡରର ୨୦୦୩ ବ୍ୟାଚ୍‌ର ବରିଷ୍ଠ ଆଇ.ପି.ଏସ୍. ଅଧିକାରୀ ତଥା ସିଆଇଡି-କ୍ରାଇମବ୍ରାଞ୍ଚ ଆଇ.ଜି.ପି. ସେଫିନ ଅହମ୍ମଦ କେ.ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କର ଏହି ଅପ୍ରତ୍ୟାଶିତ ବିୟୋଗରେ ସମଗ୍ର ଓଡ଼ିଶା ପୋଲିସ ପ୍ରଶାସନ ତଥା ଆଇ.ପି.ଏସ୍. ସଂଘ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି।

​ସ୍ୱର୍ଗତ ସେଫିନ ଅହମ୍ମଦଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଡି.ଜି.ପି. ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉପସ୍ଥିତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଜଣେ ଦକ୍ଷ, ଧୈର୍ଯ୍ୟବାନ ଓ କର୍ମନିଷ୍ଠ ଅଧିକାରୀ ଭାବେ ଓଡ଼ିଶା ପୋଲିସ ବିଭାଗ ପ୍ରତି ତାଙ୍କର ଅବଦାନ ସର୍ବଦା ଅତୁଳନୀୟ ରହିବ। ରାଜ୍ୟରେ ନକ୍ସଲ ଦମନ ଅଭିଯାନ, ସାଇବର ଅପରାଧ ନିୟନ୍ତ୍ରଣ ତଥା ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାର ତଦନ୍ତ କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଚିରସ୍ମରଣୀୟ। ନିଜ ସେବାକାଳ ମଧ୍ୟରେ ସେ ଏଚ୍.ଆର୍.ପି.ସି., ଅଗ୍ନିଶମ ଓ ହୋମଗାର୍ଡ ଏବଂ କ୍ରାଇମବ୍ରାଞ୍ଚ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲେ।

​ଓଡ଼ିଶା ପୋଲିସ ପରିବାର ପକ୍ଷରୁ ଶୋକସନ୍ତପ୍ତ

ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯିବା ସହ ଏହି ଦୁଃଖଦ ମୁହୂର୍ତ୍ତରେ ଧୈର୍ଯ୍ୟ ଧାରଣ କରିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!