Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂତନ ବିକଶିତ ପାଠ୍ୟ ପୁସ୍ତକ ସଞ୍ଚାଲନ ନିମନ୍ତେ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଖଡ଼ିଆଳ ବ୍ଲକ ତୁକୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ୧୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରୁଛନ୍ତି।

ନୂଆପଡା, ୩୦/୦୧(ଜିଲ୍ଲା ଖବର):ନୂଆପଡା ଜିଲ୍ଲା ଖଡିଆଳ ସହର ସ୍ଥିତ ସରକାରୀ ବାଲିକ ଉଚ୍ଚ ବିଦ୍ୟାଳୟ ସଭା ଗୃହ ପରିସରରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରିତ ନୂତନ ବିକଶିତ ବିକଶିତ ପାଠ୍ୟ ପୁସ୍ତକ ଶିକ୍ଷଣ ପ୍ରଶିକ୍ଷଣ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଗତ ୨୭ ତାରିଖରୁ ଅନୁଷ୍ଠିତ ହେଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଭେନ୍ୟୁ ଇନ ଚାର୍ଜ ସିଆରସିସି ସିଲୁ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଣବ କୁମାର ପାତ୍ର, ସିଆରସିସି ଅରୁଣ କୁମାର ବାଗ ଓ ମଧୁସୂଦନ ସାଗର ମଞ୍ଚାସିନ ରହି ନୂତନ ପାଠ୍ୟକ୍ରମ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ। ଲକ୍ଷ୍ମୀ ନାରାୟଣ ସାହୁ, ମନୋରମା ରଥ, ପ୍ରଫୁଲ୍ଲ କୁମାର ବେହେରା ଓ ପ୍ରଦୀପ କୁମାର ରାଉତ ରାୟ ତାଲିମ ପ୍ରଦାନ କରୁଛନ୍ତି। ଏହି ତାଲିମ ଜାନୁୟାରୀ ୩୧ ତାରିଖ ଦିନ ଶେଷ ହେବ। ୧୧୦ ଜଣ ଶିକ୍ଷକ୍ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରୁଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ଖଡ଼ିଆଳ ବ୍ଲକ ତୁକୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ୧୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!