ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୱାର୍ଡ ସଭ୍ୟଙ୍କ ଦ୍ବାରା ଭଙ୍ଗା ରୂଜା, ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, କର୍ମଚାରୀ କଲାମ ଛାଡ ଆନ୍ଦୋଳନ
ୱାର୍ଡ ସଭ୍ୟଙ୍କ ଦ୍ବାରା ଭଙ୍ଗା ରୂଜା, ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, କର୍ମଚାରୀ କଲାମ ଛାଡ ଆନ୍ଦୋଳନ

ନୂଆପଡା ତା:୩୦.୦୧.(ଜିଲ୍ଲା ଖବର) ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୱାର୍ଡ ସଭ୍ୟଙ୍କ ଦ୍ବାରା ଭଙ୍ଗା ରୂଜା, ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, କର୍ମଚାରୀ କଲାମ ଛାଡ ଆନ୍ଦୋଳନ କରିଛନ୍ତି। ଆଜି ସକାଳୁ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆବାସ ଯୋଜନା ରେ ହିତାଧିକାରୀଙ୍କ କୌଣସି ଘଟଣା କୁ ନେଇ ୱାର୍ଡ ସଭ୍ୟ ଚନ୍ଦନ କୁମାର ସାହୁ କାର୍ଯ୍ୟାଳୟ କୁ ଆସିଥିଲେ। ସେଠାରେ କର୍ମଚାରୀ ଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଆବାସ ଯୋଜନା କୋଠରୀ ସମ୍ମୁଖ ଦ୍ବାରା ର କାଞ୍ଚ ଗେଟ୍ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। ଏନ୍ ଏ ସି କର୍ମଚାରୀ ମାନେ ଏହି ଗେଟ୍ ଭାଙ୍ଗିବା ପଛରେ ୱାର୍ଡ ସଭ୍ୟ ଚନ୍ଦନ ସାହୁ ଙ୍କ ହାତ ଥିବା କହିଥିଲେ। ଅପର ପକ୍ଷରେ ଏହି ଘଟଣା ନେଇ ଚନ୍ଦନ ସାହୁ ଙ୍କୁ ସାକ୍ଷାତ କରିଥିଲୁ। ଗେଟ୍ ଟି ଅତି ନିମ୍ନମାନର ହେବାରୁ ଭାଙ୍ଗି ଅଛି।
ମୁଁ ଭାଙ୍ଗି ଥିଲେ ମୋର ମଧ୍ୟ ହାତ ରେ ଆଘାତ ହୋଇଥାନ୍ତା ବୋଲି କହିଥିଲେ। ଏନ୍ ଏ ସି କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧ ରେ ଧାରଣା ଦେଇ କଲମ ଚାଡ ଆନ୍ଦୋଳନ କରିଥିଲେ।




