Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡାରେ ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଥମ ‘ରାଜସ୍ୱ ମିତ୍ର ପୁରସ୍କାର’ ରେ ସମ୍ମାନିତ ହେଲେ ଅନନ୍ତ ଶବର

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡା ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲାପାଳ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ସ୍ୱାଗତ କରି ରାଜସ୍ୱ ଆଦାୟର ଗୁରୁ ଦାୟିତ୍ବ ସମ୍ବନ୍ଧରେ ଚେତାଇ ଦେଇଥିଲେ। ରାଜସ୍ୱ ମାମଲା ସବୁ ତୁରନ୍ତ ଫୈସଲା କରିବା, ବେଆଇନ ଇଟାଭାଟି ସବୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ lରାଜସ୍ୱ ବିଭାଗ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ” ଗାଁ ରେ ରାଜସ୍ୱ ପ୍ରଶାସନ” କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ କହିଥିଲେ। ସେ ରାଜସ୍ଵ ଅଧିକାରୀମାନଙ୍କୁ କଠିନ ପରିଶ୍ରମ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ ପାର୍ଚ୍ଚା ର କଲମ ୨ ସଂଶୋଧନ, ବସୁନ୍ଧରା ଯୋଜନା, ଏନଫୋର୍ସମେଣ୍ଟ, ସିଟି ଏବଂ ଜିଏସଟି, ଅବକାରୀ,ପରିବହନ, ମାଇନିଂ ସମେତ ଅନ୍ୟ ରାଜସ୍ୱ ସମ୍ପର୍କିତ ବିଷୟଗୁଡିକର ସମୀକ୍ଷା କରିଥିଲେ। ଏଥିରୁ ଜଣାଗଲା ଯେ, ଜାନୁୟାରୀ ୨୦୨୬ ସୁଦ୍ଧା ସିଟି ଏବଂ ଜିଏସଟି ବିଭାଗ ୧୭ କୋଟି ୧୫ ଲକ୍ଷ ଟଙ୍କା, ପ୍ରବର୍ତ୍ତନ ବିଭାଗ ୨ କୋଟି ୬୫ ଲକ୍ଷ, ବୈଧ ଓଜନ ଓ ମାପ ବିଭାଗ ୧୮,୭୭,୧୬୮ ଟଙ୍କା, ପରିବହନ ବିଭାଗ ୧୨ କୋଟି ୩୪ ଲକ୍ଷ ଟଙ୍କା, ଅବକାରୀ ବିଭାଗ ୧୬,୫୮,୧୬,୫୬୫ ଟଙ୍କା, ଜିଲ୍ଲା ନିବନ୍ଧକ ୭,୫୯,୭୫,୬୮୪ ଟଙ୍କା, ମାଇନିଙ୍ଗ ବିଭାଗ ୧,୮୧, ୩୫ ୦୦୦ ଟଙ୍କା ରାଜସ୍ଵ ପ୍ରଦାନ କରିଛନ୍ତି l ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଏବଂ ସମିର ସାହୁ ବନାଗ୍ନି ନିୟନ୍ତ୍ରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଅବଗତ କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ପୂର୍ବ ଘୋଷିତ ଜିଲ୍ଲାର ପ୍ରଥମ ‘ରାଜସ୍ୱ ମିତ୍ର ପୁରସ୍କାର’ ରେ ଟାନୱାଟ ଗାଁର ଅନନ୍ତ ଶବରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରତି ମାସରେ ଜଣେ ବ୍ୟକ୍ତି ଯିଏ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛନ୍ତି ଏବଂ ସରକାରଙ୍କ ସମସ୍ତ ରାଜସ୍ୱ ନିୟମ ପ୍ରତିପାଳନ କରୁଛନ୍ତି ତାଙ୍କୁ “ରାଜସ୍ୱ ମିତ୍ର” ଭାବରେ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିର କରାଯାଇଛି। ସେହିପରି ଏହି ତ୍ରୈମାସିକ ଅବଧିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତହସିଲଦାର ନୂଆପଡା, ପ୍ରଣବ ରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର କୋମନା ,ସୋନିଆ ଶ୍ରୀ ମଲ୍ଲିକ, ରାଜସ୍ୱ ସୁପର୍ ଭାଇଜର ଲକ୍ଷ୍ମୀ ନାରାୟଣ ମେହେର, ରାଜସ୍ୱ ନିରିକ୍ଷକ ଧନଞ୍ଜୟ ଦଣ୍ଡସେନା , ଏଵଂ ସର୍ବଶ୍ରେଷ୍ଠ ଅମିନ ଭାବରେ ନେତ୍ରାନନ୍ଦ ବିଶୀଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ଏହି ସମୀକ୍ଷା ବୈଠକରେ ବନଖଣ୍ଡ ଅଧିକାରୀ ,ଅଜିଜ ଖାନ୍ , ସମିର ସାହୁ , ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ,ବିଡିଓ , ଅନ୍ୟ ରାଜସ୍ୱ ଅଧିକାରୀ ଏବଂ ସଂମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!