Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡା ଜିଲ୍ଲାପାଳଙ୍କ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପରିଚାଳନା ସମୀକ୍ଷା ବୈଠକ

ଆସନ୍ତା ଦଶମ ବୋର୍ଡ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ା ଠାରେ ଆସନ୍ତା ଦଶମ ବୋର୍ଡ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରି ଜିଲ୍ଲାରେ ଏକ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ପରୀକ୍ଷା ସମ୍ପାଦନା କରିବା ପାଇଁ ଅଧିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ସମସ୍ତ ୯୬୩୬ ପରୀକ୍ଷାର୍ଥୀ ସୁବିଧାରେ ଯେମିତି ପରୀକ୍ଷା ଦେଇପାରିବେ ସେଥିପାଇଁ ସମସ୍ତ ପ୍ରଧାନଶିକ୍ଷକ ଯତ୍ନବାନ ହେବେ। ପରୀକ୍ଷାର୍ଥୀ ନିର୍ଭୟରେ ପରୀକ୍ଷା ଦେବା ସହ ପରୀକ୍ଷା ଫଳ ବିଗତ ବର୍ଷ ଅପେକ୍ଷା ଭଲ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପରୀକ୍ଷା ପରିଚାଳନାର ନିର୍ଦ୍ଦେଶାବଳୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଉଭୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଏବଂ ଡ଼ଃ ରେଶମ ଲାଲ ନାଏକ ମଧ୍ୟ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ କହିଥିଲେ।

ପ୍ରକାଶ ଥାଉ କି ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ୯୬୩୬ ଛାତ୍ରଛାତ୍ରୀଙ୍କ ପାଇଁ ୫୯ ଟି ପରୀକ୍ଷା କେନ୍ଦ୍ର ଓ ୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି।

ସେହିପରି ପରୀକ୍ଷା ଫଳରେ ଉନ୍ନତି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକରେ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୬ ଦିନିଆ ବ୍ଲକସ୍ତରୀୟ ମେଧା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି ଶିବିରର ସଫଳତା ପାଇଁ ଜିଲ୍ଲାପାଳ ନୂଆପଡ଼ା ଶ୍ରୀ ଦାସଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ,ଉଭୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶିବିରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!