୭୩ ବର୍ଷ ରେ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ।
ରାଜ ପୁରୋହିତ ପ୍ରଫୁଲ୍ଲ ରଥ ଙ୍କ ଆଜି ଖଡିଆଳ ମିଶନରେ ୭୩ ବର୍ଷ ରେ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଖଡିଆଳ ରାଜା ପୁରୋହିତ ପ୍ରଫୁଲ୍ଲ ରଥ ଙ୍କ ଆଜି ଖଡିଆଳ ମିଶନରେ ୭୩ ବର୍ଷ ରେ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ। ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରେ ତାଙ୍କ ବହୁଖ୍ୟାତି ରହିଅଛି ସେ ଝାରଖଣ୍ଡ, ଛତିଶଗଡ଼, ଅମରକଣ୍ଟକ, ଆନ୍ଦ୍ରପ୍ରଦେଶ ବିଭିନ୍ନ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ତାଙ୍କ ଦ୍ବାରା ଖଡିଆଳ ଅଞ୍ଚଳ ସହ ଜିଲ୍ଲା ଓ ରାଜ୍ୟ ବ୍ୟାପୀ ୧୦୦ ରୁ ଉର୍ଦ୍ଧ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ବିଶେଷ କରି ଶକ୍ତି ପୂଜା ପଦ୍ଧତି ଉପରେ ଗଭୀର ଜ୍ଞାନ ଥିବା ବେଳେ କର୍ମକାଣ୍ଡ ଓ ଜ୍ୟୋତିଷ ବିଶାରଦ ସିଦ୍ଧିପ୍ରାପ୍ତ କରିଥିଲେ। ୧୯୮୩ ମସିହା ରେ ରାଜା ପଡ଼ା ଦୁର୍ଗା ପୂଜା କମିଟି ପକ୍ଷ ରୁ ତାଙ୍କ ପିତାଙ୍କ କାର୍ଯ୍ୟ ରେ ଦାୟିତ୍ବ ନିର୍ବାହ କରିଥିଲେ ତାଙ୍କ ତିନି ଝିଅ ଏବଂ ଗୋଟିଏ ପୁଅ ଗୋବିନ୍ଦ ରଥ ବୋଲି ଜଣାପଡେ। ଖଡିଆଳ ପୂର୍ବତନ ରାଜା ସାହେବ୍ ଜିତାମିତ୍ର ପ୍ରସାଦ ସିଂ ଦେଓ ଙ୍କ ଗଭୀର ସମ୍ପର୍କ ଥିଲା। ଖରିଆର ରୋଡ ଠାରେ ଏକ ମନ୍ଦିର ପ୍ରତିଷ୍ଠା କରୁଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଇଥିବା ବେଳେ ଖଡିଆଳ ମିଶନ କୁ ଆଣିଥିଲେ। ସେଠାରେ ତାଙ୍କ ଡ଼ାକ୍ତର ମାନେ ମୃତ ଘୋଷଣା କରିଛନ୍ତି। ଆସନ୍ତା କାଲି ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ ଅନୁମାନ କରାଯାଉଅଛି।
![]()



