ଓଡିଶା
ଖଡିଆଳ ଅତିରିକ୍ତ ଜିଲ୍ଲା ଓ ଦୌରା ସ୍ବତନ୍ତ୍ର ଲୋକ ଅଭିବକ୍ତା ଭାବରେ ଆଇନଜିବୀ ଦିନେଶ କୁମାର ତିୱାରୀଙ୍କୁ ସରକାର ନିଯୁକ୍ତି ପ୍ରଦାନ
ସରକାରୀ ଲୋକ ଅଭିବକ୍ତା ଭାବରେ ଆଇନଜିବୀ ଦିନେଶ କୁମାର ତିୱାରୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି

ନୂଆପଡା ତା:୨୧.୦୨. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ଖଡିଆଳ ଅତିରିକ୍ତ ଜିଲ୍ଲା ଓ ଦୌରା ସ୍ବତନ୍ତ୍ର ସରକାରୀ ଲୋକ ଅଭିବକ୍ତା ଭାବରେ ଆଇନଜିବୀ ଦିନେଶ କୁମାର ତିୱାରୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ଦୀର୍ଘ ୪୧ ବର୍ଷ ରୁ ଆଇନଜୀବୀ ଭାବରେ ଆଇନ ସେବା ପ୍ରଦାନ କରି ୧୯୮୫ ଆଇନଯିବି ରୂପେ ଯୋଗଦାନ କରିଥିବା ବେଳେ ପ୍ରଥମ ରେ କଳାହାଣ୍ଡି ଜିଲ୍ଲା କୋର୍ଟ, ନୂଆପଡ଼ା ଜିଲ୍ଲା କୋର୍ଟ ରେ କାର୍ଯ୍ୟ କରି ଆସୁଥିଲେ। ଖଡିଆଳ ଠାରେ ୧୯୮୮ ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟର କୋର୍ଟ ଆରମ୍ଭ ଦିନ ଠାରୁ କାର୍ଯ୍ୟ କରିଆସୁଛନ୍ତି। ସେ ଲୋକଙ୍କ ଅଧିକାର ଏବଂ ନ୍ୟାୟିକ ଅଧିକାର ପ୍ରଦାନ ରେ ସହଯୋଗ କରିବା ସହ ନିଷ୍ଠା ସହ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ବାନ କରିଛନ୍ତି।




