ଓଡିଶା
ଖଡିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ରେ ସରକାରୀ ସହକାରୀ ଲୋକ ଅଭିବ୍ୟକ୍ତ ଭାବରେ ଆଦିତ୍ୟ ମହାପାତ୍ର ଏବଂ ଦୁତୀ କୃଷ୍ଣ ବେହେରା ନିଯୁକ୍ତି
ଖଡିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ରେ ସରକାରୀ ସହକାରୀ ଲୋକ ଅଭିବ୍ୟକ୍ତ ଭାବରେ ଦୁଇ ଜଣ ଙ୍କୁ ନିଯୁକ୍ତି ହୋଇଛନ୍ତି।

ନୂଆପଡା ତା:୨୨.୦୨. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ଖଡିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ରେ ସରକାରୀ ସହକାରୀ ଲୋକ ଅଭିବ୍ୟକ୍ତ ଭାବରେ ଦୁଇ ଜଣ ଙ୍କୁ ନିଯୁକ୍ତି ହୋଇଛନ୍ତି। ଖଡିଆଳ ପୂର୍ବ ସହକାରୀ ଲୋକ ଅଭିବକ୍ତା ଆଦିତ୍ୟ ମହାପାତ୍ର ପୁନର୍ବାର ନିଯୁକ୍ତି ପାଇଥିବା ବେଳେ ନୂତନ ରୂପେ ଖଡିଆଳ ଚନାବେଡା ଗ୍ରାମର ଦୁତୀ କୃଷ୍ଣ ବେହେର ଖଡିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ରେ ସରକାରୀ ସହକାରୀ ଲୋକ ଅଭିବ୍ୟକ୍ତ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଦୀର୍ଘ ୨୦ ବର୍ଷ ହେବ ଆଇନଜୀବୀ ରୂପେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଏହି ନିଯୁକ୍ତି ରେ ନିଜ ଦାୟିତ୍ବ ନିଷ୍ଠା ସହ ପାଳନ କରିବା ପାଇଁ ପ୍ରକାଶ କରିଛନ୍ତି।




