Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସୁନାବେଡ଼ା ଅଭୟାରଣ୍ୟ ବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା

ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟ ବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଦ୍ଵାର ମୁହଁରେ ପହଞ୍ଚାଇବା ନେଇ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ

ନୂଆପଡା ତା:୦୧.୦୩. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ)ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟ ସୁନାବେଡ଼ା ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଲୋକଙ୍କ ଦ୍ଵାର ମୁହଁରେ ମାଗଣା ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ନେଇ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥା ରହିଅଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହାୟତା ରେ ସଂଜୀବନୀ ସ୍ୱାସ୍ଥ୍ୟ ସେବା ଏକ ଏମ୍ବୁଲେନ୍ସ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ସେବା ଦୀର୍ଘ ଏକ ବର୍ଷ ରୁ ହେଉଥିବା ବେଳେ ଅଭୟାରଣ୍ୟ ବାସୀ ଙ୍କୁ ଦ୍ବାରା ମୁହଁରେ ସେବା ପ୍ରଦାନ କରୁଅଛି। ଅଭୟାରଣ୍ୟରେ ପ୍ରତ୍ୟେକ ଦିନ ଗ୍ରାମକୁ ଗ୍ରାମ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେଠାରେ ମାଗଣା ଔଷଧ ବଣ୍ଟନ କରୁଛନ୍ତି। ସେହିପରି ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ରକ୍ତ ନମୂନା ପରୀକ୍ଷା କରି ଉନ୍ନତ ମାନର ଔଷଧ ବିତରଣ କରିଥାନ୍ତି। ନିୟମିତ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରୁ ଥିବା ବେଳେ ଦୈନିକ ଗୋଟିଏ ଗ୍ରାମରେ ସକାଳ ୯ ଘଣ୍ଟାରୁ ଏମ୍ବୁଳେନ୍ସ ରେ ଯାଇ ଜଣେ ଡାକ୍ତର, ଫାର୍ମାସିଷ୍ଟ, ଲେବ ସହକାରୀ, ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଏମ୍ବୁଲାନ୍ସ ଚାଲକ ମଧ୍ୟ ରୋଗୀଙ୍କୁ ଆଣିବା ନେବା ସହାୟତା କରିଥାନ୍ତି। ଦ୍ବାରା ମୁହଁରେ ସେବା ପ୍ରଦାନ ଦ୍ବାରା ଅଭୟାରଣ୍ୟ ବାସୀ ଅନେକ ସୁଫଳ ନେଉଥିବା ପୂର୍ବତନ ସରପଞ୍ଚ ତିଲ ସିଂ ଝାଙ୍କର ପ୍ରକାଶ କରିଛନ୍ତି। ଜାମ ଗାଁ ଠାରେ ମାଗଣା ଏମ୍ବୁଲାନ୍ସ ରେ ସ୍ବାସ୍ଥ୍ୟ କେନ୍ଦ୍ର ଶିବିର ଅନୁଷ୍ଠିତ ହୋଇଅଛି। ସତରେ ଅଭୟାରଣ୍ୟ ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ବେଳେ ଆବଶ୍ୟକ ସ୍ତରରେ ଉଚ୍ଚ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରନ୍ତି ବୋଲି ଡାକ୍ତର ସଂଯୁକ୍ତା ବେହେରା ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!