Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ଚତୁର୍ଥ କିସ୍ତି ପ୍ରଦାନ ଉତ୍ସବ ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ସୁଭଦ୍ରା ଶକ୍ତି ଚତୁର୍ଥ କିସ୍ତି ପ୍ରଦାନ ଉତ୍ସବ

ନୂଆପଡା ତା:୦୮.୦୩. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ଆଜି ନୂଆପଡ଼ା ରେ ମହିଳାଙ୍କ ସମାଜ ରେ ସମଭାବ ଏବଂ ସମାନତା ଅଧିକାର ବଳରେ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି।ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ଚତୁର୍ଥ କିସ୍ତି ପ୍ରଦାନ ଉତ୍ସବ ସହ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଜିଲ୍ଲାରେ ମହିଳା ମାନେ ନିଜ ଜୀବନକୁ ଉସର୍ଗୀକୃତ କାର୍ଯ୍ୟ ପାଇଁ ହରିପ୍ରୀୟା ପୋଡ କୁ ସମ୍ମାନିତ କରିଛନ୍ତି। ଆଜି ସୁଭଦ୍ରା ଶକ୍ତି ଚତୁର୍ଥ କିସ୍ତି ପ୍ରଦାନ ଦିବସ ରେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ସୃଷ୍ଟି ର ଦୁଇ ପାର୍ଶ୍ଵ ମହିଳା ଓ ପୁରୁଷ। ତେଣୁ ଉଭୟଙ୍କୁ ଏକ ଭାବ, ଏକ ଧାରା ଏବଂ ସମାନତା ପ୍ରଦାନ କରିଅଛି। ଆଜି ମହିଳା ମାନେ ପ୍ରତ୍ୟେକ କ୍ଷେତ୍ର ରେ ନିଜ ଉପସ୍ଥିତି ଜାହିର କରିପାରିଛନ୍ତି। କହିଥିଲେ। ସଭାରେ ଉପଜିଲ୍ଲାପାଳ ସର୍ମି ସୋରେନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ନୂଆପଡ଼ା ବ୍ଲକ ଅଧକ୍ଷ ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁଷୟା କୁମ୍ଭାର, ସୁମନ ଢୋଲକିଆ,ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!