ଓଡିଶା
ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ପେନସନ ଯୋଜନା ରେ ସାମିଲ
ସମୁଦାୟ ୧୧ ଜନ ନୂତନ ହିତାଧିକାରୀ ଏହି ଯୋଜନା ସାମିଲ ହୋଇଥିବା

ନୂଆପଡା ତ:୨୯.୦୪. (ଜିଲ୍ଲା ଖବର )-(ଓମ ପ୍ରକାଶ ଚୌଧୁରୀ ):ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ରେ ସାମିଲ କରିଛନ୍ତି। ସମୁଦାୟ ୧୧ ଜନ ନୂତନ ହିତାଧିକାରୀ ଏହି ଯୋଜନା ସାମିଲ ହୋଇଥିବା ବେଳେ ଆଜି ସ୍ୱତନ୍ତ୍ର ସଭାରେ ତାଙ୍କୁ ତାଙ୍କ ଦୁଇମାସ ଭତ୍ତା ପ୍ରଦାନ କରିଛନ୍ତି।ନିଜେ ଏହି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ପେନସନ ଯୋଜନା ରେ ସାମିଲ ହୋଇ ସରକାରୀ ଯୋଜନା ସୁଫଳ ଉଠାଇବା ସହ ଜୀବନରେ ଅନେକ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ସହକାରୀ ଯନ୍ତ୍ରୀ ଅରୁଣ ପାତ୍ର, ସଂଯୁକ୍ତା ପଣ୍ଡା, ଯୋଜନା ଅଧିକାରୀ ଗଣେଶ ରାମ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।




