ଓଡିଶା
ବହୁ ପ୍ରତୀକ୍ଷିତ ଦାବୀ ପୂରଣ, ଏକତା ଛକ ଟ୍ରାଫିକ ସିଗ୍ନାଲ ରେ ଛାଉଣୀ ବ୍ୟବସ୍ଥା
ଗ୍ରୀଷ୍ମ ଦାଉରୁ ଆଶ୍ୱସ୍ତ ହେବେ ପଥାରୋହି

ନୂଆପଡା ତ:୩୦.୦୪(.ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଏକତା ଛକ ରେ ଟ୍ରାଫିକ ସିଗ୍ନାଲ ରହିଅଛି। ଟ୍ରାଫିକ ନିୟମ ମାନି ଗାଡ଼ି ଓ ଯାନବାହାନ ଚଳାଚଳ କରିବାକୁ ନେଇ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ। ତେଣୁ ପ୍ରଚଣ୍ଡ ରୌଦ୍ର ତାପ ରୁ ଆଶ୍ୱସ୍ତ ପାଇଁ ଏକତା ଛକ ଠାରେ ଛାଉଣୀ, ଗ୍ରୀନ ନେଟ, ସବୁଜ ନେଟ କପଡ଼ା ଲଗାଇବା ପାଇଁ ଦାବୀ କରିଥିଲେ। ପ୍ରଶାସନ ଆବଶ୍ୟକ ଗୁରୁତ୍ୱକୁ ହୃଦୟଙ୍ଗମ କରି ଗ୍ରୀନ ନେଟ ଲଗାଇଛନ୍ତି। ଆସନ୍ତା ଦିନ ରେ ଯାନବାହନ ଚଳାଚଳ କରୁଥିବା ନାଗରିକ ଏବଂ ପଥାରୋହିରେ ମାନେ ନିଶ୍ଚିତ ରୂପେ ଲାଭ ଉଠାଇବେ।




