
ଯାଜପୁର ୩୦ ୪ (ଯାଜପୁର ରଞ୍ଜୀତ ମହାନ୍ତି ବରୀ )ଓକିଲ ସଂଘ ପକ୍ଷରୁ ବରୀ ତହସିଲକାର୍ଯ୍ୟାଳୟ ପରିସରରେ ଉତ୍କଳଗୌରବ ମଧୁସୁଦନ ଦାସ ଙ୍କ ୧୭୯ ତମ ଜୟନ୍ତୀ ସମାରେlହ ସଂଘ ର ସଭାପତି ରାଜ କିଶୋର ସାମଲ ଙ୍କ ସଭାପତି ତ୍ୱ ରେ ପାଳିତ ହେlଇଥିଲା l ଏହି ସମାରେlହ ଉତ୍ସବ ରେ ମୁଖ୍ୟଅତିଥି ଦେୱାନୀ ବିଚାରପତି ଅନୁଶ୍ରୀ ଜେନା, ମୁଖ୍ୟଵକ୍ତା ତହସିଲଦାର ଦୀପ୍ତି ମୟୀ ବେହେରା, ସମ୍ମlନିତ ଅତିଥି ଅତିରିକ୍ତ ତହସିଲଦାର ବିଜୟ କୁମାର ମାରାଣ୍ଡି ଯୋଗଦାନ କରି ସମାରେlହ କୁ ଉଦଘାଟନ କରିବା ସହିତ ଉତ୍କଳଗୌରବ ମଧୂସୁଦନ ଦାସ ଙ୍କ ବହୁ ମୁଖୀପ୍ରତିଭା ଉପରେ ବକ୍ତଵ୍ୟ ପ୍ରଦାନ କରିଥିଲେ l ସଂଘର ସମ୍ପାଦକ ବାବାଜୀ ଚରଣ ଜେନା ବିବରଣୀ ପାଠ କରିଥିବା ବେଳେ ସଂଘର ଉପସଭାପତି ହରିଶ୍ଚ ଚନ୍ଦ୍ର ଧଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ବେଉରିଆ ଧନ୍ୟବାଦ ଦେlଇଥିଲେ l ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ଉପରେ ସୁରକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବରୀ ଓକିଲ ସଙ୍ଘର ସମସ୍ତ କର୍ମକର୍ତ୍ତା ଯୋଗଦେlଇଥିଲେ l



