ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଅକ୍ଷୟ କୁମାର ଦାସ, କ୍ରୀଡା ଅଧ୍ୟାପକ ଡଃ. ସରୋଜ କୁମାର ପଣ୍ଡା, ଡେମୋଷ୍ଟେଟର ଧ୍ରୁବ ପାତ୍ରଙ୍କୁ ସଫଳ କର୍ମ ଜୀବନ ରୁ ଅବସର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡା ତ:୩୦.୦୪.(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଅଛି। କିରାଣୀ ଅକ୍ଷୟ କୁମାର ଦାସ, କ୍ରୀଡା ଅଧ୍ୟାପକ ଡଃ. ସରୋଜ କୁମାର ପଣ୍ଡା, ଡେମୋଷ୍ଟେଟର ଧ୍ରୁବ ପାତ୍ରଙ୍କୁ ସଫଳ କର୍ମ ଜୀବନ ରୁ ଅବସର ନେଇଥିବା ବେଳେ ଅଞ୍ଚଳ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମୃତି ଚାରଣ କରିଥିଲେ। ତିନି ଜଣ ବ୍ୟକ୍ତି ବିଶେଷ ଙ୍କ ଖଡ଼ିଆଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ପ୍ରତି ତାଙ୍କଗ ଅବଦାନ ଅତୁଳନୀୟ ଅଟେ। କ୍ରୀଡା ଜଗତରେ ବିଭିନ୍ନ ଖେଳର ଅନେକ ଦଳ ସୃଷ୍ଟି କରି କଲେଜ ଏବଂ ବିଶ୍ୱ ବିଦ୍ୟାଳୟ ସ୍ତରରେ ଅନେକ ସଫଳତା ଆଣିଛନ୍ତି। ଅନେକ ଥର ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏବଂ ବାର୍ଷିକ କ୍ରୀଡ଼ା ଆୟୋଜନ କରିଛନ୍ତି। ସେହିପରି ବିଜ୍ଞାନ ଶିକ୍ଷାରେ ରେ ଧ୍ରୁବ ପାତ୍ର ଙ୍କ ସହାୟତା ଛାତ୍ରଙ୍କୁ ପ୍ରାକ୍ଟିକାଲ ଶିକ୍ଷା ଗ୍ରହଣରେ ସହାୟକ ହୋଇଅଛି। କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା, ଯୁକ୍ତଦୁଇ ଅଧ୍ୟକ୍ଷା ରଣବୀର ସିଂ, ପରୀକ୍ଷା ନିୟନ୍ତ୍ରକ ସୁନୀଲ କୁମାର ପାଢ଼ୀ, ଛାତ୍ର କଲ୍ୟାଣ ବୋର୍ଡ ଗିତାଶ୍ରୀ ସହ ଅଧ୍ୟାପକ ଅଧ୍ୟାପିକମାନେ ଯୋଗ ଦେଇଥିଲେ ଯୋଗ ଦେଇ




