Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଦଶରଥପୁର ଜୟନ୍ତରାରେ ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ

ଦଶରଥପୁର ଜୟନ୍ତରାରେ ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ

ଯାଜପୁର :୩ ୫ ଜିଲ୍ଲା ଖବର ରଂଜିତ ମହାନ୍ତି ରିପୋର୍ଟଦଶରଥପୁର ଜୟନ୍ତରାରେ ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ଦହିବରା ଖାଇ ୪୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ଗତକାଲି ସକାଳୁ ନିକଟସ୍ଥ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଜଣେ ଦହିବରା ବ୍ୟବସାୟୀଙ୍କଠାରୁ ପାଟପୁର ଗ୍ରାମର ବହୁ ଲୋକେ ବହିବରା ଖାଇଥିଲେ । ଦହିବରା ଖାଇବାର ପରେ ବିଳମ୍ବିତ ରାତିରୁ ୪୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା | ତାପରେ ଝାଡା, ବାନ୍ତି, ପେଟ ଦରଜ ହୋଇ ଜଣକ ପରେ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ କିଛି ଲୋକ ଗୁରୁତର ହୋଇ ପଡ଼ିଥିଲେ । ଆବଶ୍ୟକ ସଂଖ୍ୟକ ବେଡ଼ ବ୍ୟବସ୍ଥା ନଥିବାରୁ ୩୦ରୁ ଅଧିକ ରୋଗୀଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!