Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ପାଇଲେ କିଶୋର ଜେନା

ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ପାଇଲେ କିଶୋର ଜେନା

ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ଶ୍ରମ କର୍ମଚାରୀ, ରାଜ୍ୟ ବୀମା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି | ଶ୍ରମିକ, ବ୍ୟାଙ୍କ କର୍ମଚାରୀ ନେତା ତଥା ଏଆଇଟିୟୁସିର ରାଜ୍ୟ ସମ୍ପାଦକ କିଶୋର ଚନ୍ଦ୍ର ଜେନାଙ୍କୁ ଓଡ଼ିଶା ଓଏୟୁଟି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଶ୍ରମମନ୍ତ୍ରୀ ଗଣେଶରାମ ଝୁଣ୍ଟିଆଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରିଛନ୍ତି । ବରୀ ବ୍ଲକ ଅନ୍ତର୍ଗତ ହଳଦିବସନ୍ତ ଗ୍ରାମର

କିଶୋର ଶ୍ରମିକ ବନ୍ଧୁ ସମ୍ମାନ ରୂପେ ଉତ୍ତରୀୟ, ସ୍ମାରକୀ, ପ୍ରଶଂସା ପତ୍ର ସହ ୫୦ ହଜାର ଟଙ୍କାର ଚେକ ପାଇଛନ୍ତି। ୭୯ବର୍ଷୀୟ କିଶୋର ପ୍ରଥମେ ବ୍ୟାଙ୍କ କର୍ମଚାରୀ ରାଜ୍ୟ ସଂଗଠନର ସମ୍ପାଦକ ରୂପେ କାର୍ଯ୍ୟକରିଥିଲେ। ଏବେ ସେ ଶ୍ରମିକ ସଂଗଠନ ବିଶେଷ କରି ଅସଂଗଠିତ ଶ୍ରମିକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିଚାଲିଛନ୍ତି। ସଂପ୍ରତି ସେ ଏଆଇଟିୟୁସି, ଓଡ଼ିଶା ରାଜ୍ୟ କମିଟିର ସମ୍ପାଦକ, କଟକ ଜିଲାର ସଭାପତି, କଟକଜିଲା କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମିଳିତ ମଞ୍ଚର ଆବାହକ, ଓଡ଼ିଶା ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ

ଉପଦେଷ୍ଟା ଏବଂ ଅର୍ବାନ ବ୍ୟାଙ୍କ ଜମା ସଂଗ୍ରହକାରୀ ସଂଘ ସଭାପତି, ତୃପ୍ତି ଡ୍ରିଙ୍କସ ପ୍ରାଇଭେଟ ଲିମିଟେଡ୍ ଶ୍ରମିକ ସଙ୍ଘର କାର୍ଯ୍ୟକାରୀ ସଭାପତି, ଅଙ୍ଗନବାଡି କର୍ମୀ ସଂଘ ସମ୍ପୃକ୍ତ ରହି କାର୍ଯ୍ୟ କରୁଛନ୍ତି। ସେ ଜଣେ ସ୍ତମ୍ଭକାର। ଶ୍ରମଜୀବି, ବ୍ୟାଙ୍କ ଓ ଅନ୍ୟାନ୍ୟଆର୍ଥକ କ୍ଷେତ୍ରରେ ସମସ୍ୟା ସଂପର୍କରେ ତାଙ୍କର ଲେଖା ନିୟମିତ ଭାବେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥାଏ। ଏହାସହ ସାପ୍ତାହିକ ନୂଆ ଦୁନିଆର ପରିଚାଳନା ସମ୍ପାଦକ ଓ ବିଭିନ୍ନ ଶିକ୍ଷାୟତନର ପରିଚାଳନାରେ ମଧ୍ୟ ସଂପୃକ୍ତ ରହିଛନ୍ତି।କିଶୋର ଚନ୍ଦ୍ର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!