
ଯାଜପୁର ୧୧.୫:ଜିଲ୍ଲା ଖବର ରଂଜିତ ମହାନ୍ତି ବରୀ ଅଞ୍ଚଳର ଘୂର୍ଣ୍ଣିଝଡ଼ ଯୋଗୁଁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସାଙ୍ଗକୁ ଡାଳ ଗୁଡିକ ମଧ୍ୟ ଭାଙ୍ଗି ଏଣେ ତେଣେ ପଡ଼ିଥିଲା। କିଛି ଡାଳ ଗଛ ଉପରେ ଲାଗିଥିବାରୁ ପବ ପବନ ଆସିଲେ ତାହା ରାସ୍ତା ଉପରେ ଖସି ପଡ଼ୁ ଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ । ପଥଚାରୀ ମୁଖ୍ୟ ରାସ୍ତା ଉପର ଦେଇ ଯାତାୟାତ କରିବା ପାଇଁ ଭୟଭୀତ ହେଉଛନ୍ତି। ଘୂର୍ଣ୍ଣିଝଡ଼ରେ ବଡ଼ଚଣା ଓ ଡେରାବିଶ ବ୍ଲକରେ ତାଳ ଓ ନଡ଼ିଆ ଗଛ ପଡ଼ି ଦୁଇ ଜଣ ମୃତ୍ୟୁ ହେଲା ପରେ ପଥଚାରୀ ଆହୁରି ଭୟଭୀତ ହୋଇ ପଡ଼ିଛନ୍ତି। ଜାଳେଣିର ଚାହିଦା ନଥୁବାରୁ ଆଗ ଭଳି ଗଛ ଭାଙ୍ଗୁ ଭାଙ୍ଗୁ ଡାଳ ପତ୍ର କେହି ନେଉନାହାନ୍ତି। ଫଳରେ ଯାହା ଯେଉଁଠି ଭାଙ୍ଗୁଛି ତାହା ପଡ଼ି ରହୁଛି। ବରୀର ମୁଖ୍ୟ ରାସ୍ତା କଡ଼ରେ ରହିଥିବା ଗଛରେ ଏହିଭଳି ଅ ଅନେକ ଡାଳ ଝୁଲି ରହିଥିବାର ଦେଖିବାକୁ ମିଳୁଛି। ଗଛ ମାଲିକ ମଜୁରୀ ଖର୍ଚ୍ଚ ଭୟରେ ଏଗୁଡ଼ିକ ସଫା କରୁ ନଥିବା ବେଳେ ପ୍ରଶାସନ ମଧ୍ୟ ଏହା ଉପରେ ର ନଜର ଦେଉ ନାହିଁ। କଳାହାଣ୍ଡିଆ ମେଘ ସାଙ୍ଗକୁ ପବନ ଆରମ୍ଭ ହେଲେ ବାଟରେ ରେ ଯାଉଥିବା ଲୋକେ ଶଙ୍କାରେ । ରହୁଛନ୍ତି । ପ୍ରଶାସନ ଗଛ ମାଲିକମାନଙ୍କୁ ତାଗିଦ କରି ହେଉ ବା ଗଛ ମାଲିକ ଯତ୍ନବାନ ହୋଇ ଏହି ସବୁ ଶୁଖୋଲା ଡାଳ ଗୁଡିକୁ ଖସାଇ ରାସ୍ତାକୁ ବିପଦମୁକ୍ତ କରିବା ପାଇଁ ସାଧାରଣରେ ଦାବି ଦାବି ହେଉଛି।



