Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଦୁର୍ଘଟଣା ପରେ ଝିଅର ଆଖିଦାନ କଲେ ମା’

ଦୁର୍ଘଟଣା ପରେ ଝିଅର ଆଖିଦାନ କଲେ ମା’

  • ଯାଜପୁର:୧୨ ୫ :ଜିଲ୍ଲା ଖବର ରଞ୍ଜୀତ ମହାନ୍ତି ଜ ବରୀ, ୧ଗତ ଭୁବନେଶ୍ଵରର ବରମୁଣ୍ଡା ଫ୍ଲାଏଓଭର ଉପରେ ଏକ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଯୁବତୀଙ୍କ ସହିତ ଅନ୍ୟ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁର ହୃଦୟ ବିଦାରକ ଦୃଶ୍ୟ ପଥଚାରୀମାନଙ୍କୁ ହତବାକ୍ କରିଦେଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବରୀ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରାଙ୍କ ଝିଅ ବର୍ଷାରାଣୀ(୨୬)| ସେ ଗୋଟିଏ ବେସରକାରୀ

କମ୍ପାନିରେ ଚାକିରି କରିଥିଲେ। ସେଦିନ ସଂଧ୍ୟାରେ ଏକ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା | ଖବର ପାଇ ମା’ ଭାରତୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଝିଅକୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ଝିଅର ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତ ନେଇଥିଲେ। ଝିଅର ଦୁଇଆଖିକୁ ଆଇ ବ୍ୟାଙ୍କକୁ ଦାନ କରିଦେଇଥିଲେ | ଝିଅର ଆଖି ଦ୍ବାରା ଆଉ ଜଣେ ଦୃଷ୍ଟି ଶକ୍ତି ଫେରି ପାଇବେ । ଅନ୍ୟଜଣକ ଆଖିରେ ଝିଅର ସ୍ମୃତି ବଞ୍ଚିରହୁ ବୋଲି ମା’ ଭାରତୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!