Welcome to Jila khabara   Click to listen highlighted text! Welcome to Jila khabara
ଦେଶ

ଭାାରତରେ ଫ୍ଲୁ ମାମଲାର ୯୮% ଏଚ୍‌୧ଏନ୍‌୧, ଭୟର କାରଣ ନାହିଁ: ଆଇସିଏମ୍‌ଆର୍‌

ଭାାରତରେ ଫ୍ଲୁ ମାମଲାର ୯୮% ଏଚ୍‌୧ଏନ୍‌୧, ଭୟର କାରଣ ନାହିଁ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ଦେଶରେ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ପ୍ରାୟ ୯୮ ପ୍ରତିଶତ ମାମଲା ଏଚ୍‌୧ଏନ୍‌୧ ଭୂତାଣୁଜନିତ ବୋଲି ଜଣାପଡ଼ିଛି। ତେବେ ଏହାକୁ ନେଇ ଲୋକଙ୍କୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାନିର୍ଦ୍ଦେଶକ ଡା. ରାଜୀବ ବାହଲ୍‌ କହିଛନ୍ତି।

 

ଡା. ବାହଲ୍‌ଙ୍କ କହିବା ଅନୁସାରେ, ଗତ କିଛି ସପ୍ତାହ ଧରି ଦେଶରେ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଛି। ଭାରତରେ ପରୀକ୍ଷା କରାଯାଉଥିବା ଇନ୍‌ଫ୍ଲୁଏଞ୍ଜା ମାମଲା ମଧ୍ୟରୁ ପ୍ରାୟ ୯୮ ପ୍ରତିଶତ ଏଚ୍‌୧ଏନ୍‌୧ ଭୂତାଣୁଜନିତ। ତେବେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଗୁରୁତର ରୋଗୀ କିମ୍ବା ହସ୍ପିଟାଲ୍‌ରେ ଭର୍ତ୍ତି ହେଉଥିବା ମାମଲାରେ ଅସ୍ୱାଭାବିକ ବୃଦ୍ଧି ଦେଖାଯାଇନାହିଁ।

 

ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କର ପୂର୍ବରୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ କହିଛନ୍ତି। ଏଥିସହ ଇନ୍‌ଫ୍ଲୁଏଞ୍ଜା କାରଣରୁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ରିପୋର୍ଟ ହୋଇନଥିବା ସେ ସୂଚନା ଦେଇଛନ୍ତି।

 

ଭାରତରେ ସାଧାରଣତଃ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣର ଦୁଇଟି ପ୍ରମୁଖ ସମୟ ରହିଥାଏ। ମୌସୁମୀ ବର୍ଷା ଋତୁ ଏବଂ ଶୀତ ଋତୁରେ ଏହାର ସଂକ୍ରମଣ ବଢ଼ିଥାଏ। ବର୍ତ୍ତମାନର ସଂକ୍ରମଣ ବୃଦ୍ଧି ମଧ୍ୟ ସାଧାରଣ ଋତୁକାଳୀନ ଧାରା ଅନୁସାରେ ରହିଛି। ଏଥିରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଇନଥିବାରୁ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ଡା. ବାହଲ୍‌ ପରାମର୍ଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!