Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

୧୯୩୪ ମସିହା ମହାତ୍ମା ଗାନ୍ଧିଙ୍କ ପଦଯାତ୍ରାର ପୁନରାବୃତି ମୂଳକ ପ୍ରଦର୍ଶନ ଆରମ୍ଭ

୧୯୩୪ ମସିହା ମହାତ୍ମା ଗାନ୍ଧିଙ୍କ ପଦଯାତ୍ରାର ପୁନରାବୃତି ମୂଳକ ପ୍ରଦର୍ଶନ ଆରମ୍ଭ

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ

ପୁରୀ – ୧୯୩୪ ମସିହା ମହାତ୍ମା ଗାନ୍ଧିଙ୍କ ପଦଯାତ୍ରାର ପୁନରାବୃତି ମୂଳକ ପ୍ରଦର୍ଶନ ଆଜି ଆରମ୍ଭ ହୋଇଛି | ଏହି ପଦଯାତ୍ରାଟି ଆଜି ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଆରମ୍ଭ ହୋଇଥିବା ବେଳେ ଏହା ୧୨ ତାରିଖ ଦିନ ସ୍ୱରାଜ ଆଶ୍ରମ ହୋଇ କାଠଯୋଡ଼ି ପଠାରେ ସମାପ୍ତ ହେବ | ଇନଟାକ ପୁରୀ ଓ ଭୁବନେଶ୍ୱର ଚାପ୍ଟର ଦ୍ୱାରା ଆୟୋଜିତ ହେଉଥିବା ଏହି ଯାତ୍ରାରେ ଜଣେ ଗାନ୍ଧି ବେଶଧାରୀ କଳାକାରଙ୍କ ସମେତ ବହୁ ଗାନ୍ଧିବାଦୀ ଓ ଇନଟାକ ସଦସ୍ୟ ଯାତ୍ରା କରୁଛନ୍ତି | ପ୍ରଥମ ଦିନ ଯାତ୍ରା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ, କାଦୁଆ ଆଶ୍ରମରେ ଶେଷ ହୋଇଛି | ସୂଚନାଯୋଗ୍ୟ ଗାନ୍ଧି ତାଙ୍କ ପଦଯାତ୍ରା ସମୟରେ ଏହି ଆଶ୍ରମରେ ରାତ୍ରିଯାପନ କରିଥିଲେ | ପଦଯାତ୍ରା ସକାଳ ୬ଟା ୩୦ ମିନିଟରେ ସିଂହଦ୍ୱାରରୁ ବାହାରି ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଚାଲିଥିଲା | ପରେ ସେଠାରୁ ବୀର ହରେକୃଷ୍ଣପୁର ପହଞ୍ଚିଥିଲା | ସେଠାରେ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ଥାନୀୟ ପ୍ରାୟ ୫୦ ପିଲାଙ୍କ ସହ ଗାନ୍ଧି ଭଜନ ଓ ତାଙ୍କ ଜୀବନ ଦର୍ଶନ ନେଇ ଆଲୋଚନା ହୋଇଥିଲା | ସୂଚନାଯୋଗ୍ୟ ଏହି ଗ୍ରାମଟି ଜୟୀ ରାଜଗୁରୁଙ୍କର ଅଟେ | ଆସନ୍ତା କାଲି ଯାତ୍ରା କାଦୁଆ ଆଶ୍ରମରୁ ବାହାରି ପିପିଲି ଯାଏ ଯିବ |ଏହି କାର୍ଯ୍ୟକ୍ରମକୁ ପୁରୀ ଚାପ୍ଟର ସଂଯୋଜକ ସୁବାଷ ଚନ୍ଦ୍ର ରଥ ସଂଯୋଜନା କରୁଥିବା ବେଳେ ଆଜି ଗାନ୍ଧିବାଦୀ ରମାକାନ୍ତ ମଣ୍ଡଳ, ଇନ୍ଦୁମତୀ ସାହୁ, ଅନିଲ ଧୀର, ଗୋଲକ ପ୍ରସାଦ ସିଂ, ଅଶୋକ ଶତପଥି, ଦେବାଶିଷ ଷଡ଼ଙ୍ଗୀ, କାଶୀନାଥ ସାହୁ, ଶଶାଙ୍କ ଶେଖର ଦାଶ ପ୍ରମୁଖ ଯୋଗ ଦେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!