
ଯାଜପୁର ୧୭-୦୫-ଜିଲ୍ଲା ଖବର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁର ପରିସରରେ KIIT, KISS,KIIM ତରଫରୁ ଏକ ଭଲି ବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା ଉଦଘାଟନ କରିଥିଲେ, ଅନ୍ୟତମ ଅତିଥି ଭାବରେ ପି. କେ. ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଯୋଗ ଦେଇଥିଲେ I ଚନ୍ଦନପୁର ପଞ୍ଚାୟତ ର ଉଦୀୟମାନ ଭଲି ବଲ ଖେଳାଳି ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ମାନେ ଖେଳ ରେ ଅଂଶ ଗ୍ରହଣ କରିଥିଲେ I ସ୍ୱୟଂ ପ୍ରକାଶ ଦାସ, ହରପ୍ରିୟା ରାଉତରାୟ, ଶ୍ରୀକାନ୍ତ କୁମାର ମଲିକ ଓ ପ୍ରଶାନ୍ତ କୁମାର ପଣ୍ଡା ଆଦି KIIT ର ସଦସ୍ୟ ମାନେ ତଥା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଟି ସଫଳତା ର ସହିତ ସମ୍ପାଦନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜେନା KIIT, KISS, ଓ KIMM ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ




