Welcome to Jila khabara   Click to listen highlighted text! Welcome to Jila khabara
Uncategorized

ଖଡ଼ିଆଳରେ ଅବକାରୀ ବିଭାଗର ବଡ଼ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ଓ କଫ୍ ସିରଫ୍ ଜବତ, ଜଣେ ଗିରଫ

ଖଡ଼ିଆଳରେ ଅବକାରୀ ବିଭାଗର ବଡ଼ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ଓ କଫ୍ ସିରଫ୍ ଜବତ, ଜଣେ ଗିରଫ

​ଖଡ଼ିଆଳ, ୧୨ ୬ (ଜିଲ୍ଲା ଖବର ):(ଓମ ପ୍ରକାଶ ଚୌଧୁରୀ )

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ବେଆଇନ ନିଶା କାରବାର ବିରୋଧରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଶୁକ୍ରବାର ସକାଳେ ଅବକାରୀ ବିଭାଗ ପକ୍ଷରୁ ସହରର ଏକ ଦୋକାନ ଉପରେ ହଠାତ୍ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ସମେତ ବେଆଇନ କଫ୍ ସିରଫ୍ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।​ସକାଳୁ ସକାଳୁ ମାଡ଼ି ବସିଲା ଅବକାରୀ ଟିମ୍:​ମିଳିଥିବା ସୂଚନା ମୁତାବକ, ଖଡ଼ିଆଳ ସହରର ୫ ନମ୍ବର ୱାର୍ଡ ଅନ୍ତର୍ଗତ ସାହୁପଡ଼ା ଅଞ୍ଚଳରେ ଦୀର୍ଘ ଦିନ ହେବ ବେଆଇନ ନିଶା ଦ୍ରବ୍ୟ ବିକ୍ରି ହେଉଥିବା ନେଇ ଜିଲ୍ଲା ଅବକାରୀ ବିଭାଗକୁ ଏକ ବିଶେଷ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ଶୁକ୍ରବାର ସକାଳ ପ୍ରାୟ ୬:୩୦ ମିନିଟ୍ ସମୟରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସାହୁପଡ଼ା ସ୍ଥିତ ନିତେଶ ସାହୁ (୨୯)ଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲା। ସକାଳ ୮ଟା ପର୍ଯ୍ୟନ୍ତ ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ସର୍ଚ୍ଚ ଅପରେସନ ବେଳେ ବେଆଇନ ଭାବେ ଗଚ୍ଛିତ ଥିବା ନିଶା ସାମଗ୍ରୀ ଜବତ ହୋଇଥିଲା। ​୧୨ କିଲୋ ୧୦୦ ଗ୍ରାମ ଗଞ୍ଜେଇ ​୨୦୦ ବୋତଲ (ପ୍ରତ୍ୟେକ ୧୦୦ ଏମ.ଏଲ. ବିଶିଷ୍ଟ, ସର୍ବମୋଟ ୨୦ ଲିଟର) ପ୍ରତିବନ୍ଧିତ କଫ୍ ସିରଫ୍ ଜବତ କରାଯାଇଛି।​ଏହି ସମସ୍ତ ସାମଗ୍ରୀ କୌଣସି ବୈଧ କାଗଜପତ୍ର ବିନା ବେଆଇନ ଭାବେ ରଖାଯାଇ ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିଲା। ​ଘଟଣାସ୍ଥଳରୁ ବେଆଇନ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ଯୁବକ ନିତେଶ ସାହୁଙ୍କୁ ଅବକାରୀ ଟିମ୍ ଅଟକ ରଖିଥିଲା। ପରେ ଅବକାରୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ନିତେଶଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ​ଜିଲ୍ଲା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ସଫଳ ଚଢ଼ାଉ କରାଯାଇଥିଲା। ଏହି ଟିମ୍‌ରେ ଅବକାରୀ ନିରୀକ୍ଷକ ହିରବତୀ ଥାଟି, ଖଡ଼ିଆଳ ଅବକାରୀ ଓଆଇସି ଅଲେଖ ପୁଟେଲ, ନୂଆପଡ଼ାର ବୃନ୍ଦାବତୀ ଭୁଆ ଏବଂ ମୋବାଇଲ ସ୍କ୍ୱାଡ୍ ଏସ.ଆଇ ଦେବାଶିଷ ଶ୍ରୀଧରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ପ୍ରମୁଖ ସାମିଲ ଥିଲେ। ​ଆଗକୁ ମଧ୍ୟ ଜିଲ୍ଲାରେ ଏଭଳି ବେଆଇନ ନିଶା କାରବାର ବିରୋଧରେ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!