Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜରାସ୍ତାରେ ନୂଆପଡା ଆରକ୍ଷୀ ଅଧିକ୍ଷକ, ଦୁର୍ଘଟଣା ମୁକ୍ତ ପାଇଁ ହେଲମେଟ ବ୍ୟବହାର ଜରୁରୀ

ଯୋଙ୍କ ଥାନା ଦ୍ୱାରା ଏକ ଯାତାୟାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

ନୂଆପଡା ତା ୨୪/୦୧(ଜିଲ୍ଲା ଖବର)ନୂଆପଡା ଜିଲ୍ଲା ଖରିଆର ରୋଡ଼ରେ ସଡ଼କ ସୁରକ୍ଷା ପ୍ରତି ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଯୋଙ୍କ ଥାନା ଦ୍ୱାରା ଏକ ଯାତାୟାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ୍ ସିଂ ନିଜେ ଉପସ୍ଥିତ ରହି ସାଧାରଣ ଯାନଚାଳକ ଓ ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମ ଅବସରରେ ସେ ନାଗରିକମାନଙ୍କୁ ଯାତାୟାତ ନିୟମକୁ ଅନୁସରଣ କରିବା, ଦୁଇଚକିଆ ଯାନଚାଳକମାନଙ୍କୁ ହେଲମେଟ୍ ଓ ଚାରିଚକିଆ ଯାନଚାଳକମାନଙ୍କୁ ସିଟ୍‌ବେଲ୍ଟ ବ୍ୟବହାର କରିବା, ସେହିପରି ମଦ୍ୟପାନ କରି ଯାନଚାଳନା କୁ ସଂପୂର୍ଣ୍ଣ ଭାବେ ବର୍ଜନ କରିବା ପାଇଁ ଆହ୍ୱାନ ଜଣାଇଥିଲେ l ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ସନ୍ଦେଶ ପ୍ରସାର କରିବା ନିମିତ୍ତ, କାର୍ଯ୍ୟକ୍ରମ ସମୟରେ ଯାନଚାଳକମାନଙ୍କୁ ଫୁଲ, ଚକୋଲେଟ୍ ଏବଂ ହେଲମେଟ୍ ବଣ୍ଟନ କରାଯାଇ ସୁରକ୍ଷିତ ଯାନଚାଳନ ପ୍ରତି ପ୍ରୋତ୍ସାହିତ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ ଓ ସାମାଜିକ କର୍ମୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା lଏହାଦ୍ୱାରା କାର୍ଯ୍ୟକ୍ରମଟି ଅଧିକ ପ୍ରଭାବଶାଳୀ , ସାମାବେଶୀ ଓ ଲୋକାଭିମୁଖୀ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସଡ଼କ ସୁରକ୍ଷା ଅଭିଯାନରେ ନିଜସ୍ଵ ଯୋଗଦାନକୁ ଜନସାଧାରଣରେ ପ୍ରଶଂସା କରାଯାଇଛି l

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ ଜିଲ୍ଲା ଖବର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!