Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ,

ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ମିଳିତ ପ୍ୟାରେଡ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ

ନୂଆପଡା ତା:୨୬.୦୧.(ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ, ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ, ମିଳିତ ପ୍ୟାରେଡ ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଥିଲେ।

ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଜାତୀୟ ଗଣତନ୍ତ୍ର ଦିବସ ରେ ବୀର ସୂରୀ ଙ୍କୁ ସ୍ମରଣ କରି ଭାରତ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ରୂପେ ମାନବ ମୌଳିକ ଅଧିକାର ପ୍ରଦାନ ଦିଗରେ ସାମର୍ଥ୍ୟ ହାସଲ କରିବାକୁ ସ୍ମରଣ କରିଥିଲେ। ଏହି ଜନରାଜ୍ୟ ଦିବସ ଉତ୍ସବ ରେ ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ରେ ସ୍କୁଲ କଲେଜ ଏବଂ ସମର ବାହିନୀ ଏବଂ ପୋଲିସ ବାହିନୀର ୩୨ ଗୋଟି ଦଳ ଯୋଗ ଦେଇଥିଲେ। ପରେ ପ୍ରଜ୍ଞାପନ୍ ମେଢ଼ ପରିକ୍ରମା ପରେ ସାଂସ୍କୃତିକ ଦଳ ନିଜ ଦେଶାତ୍ମବୋଧକ ନୃତ୍ୟ ଗୀତ ପରିବେଷଣ କରିଥିଲେ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ ଜିଲ୍ଲା ଖବର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!