ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପାଇଁ ନୂଆପଡାରେ ତିନିଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ
ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସମ୍ବନ୍ଧୀୟ ରେଡ୍ ୱାର୍ଣ୍ଣିଂ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ

ନୂଆପଡା ତା:୧୮.୦୪: (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ
ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସମ୍ବନ୍ଧୀୟ ରେଡ୍ ୱାର୍ଣ୍ଣିଂ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ନୂଆପଡା ଜିଲ୍ଲାପାଳ ଙ୍କ ଦ୍ଵାରା ନିର୍ଦ୍ଧେଶ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା। ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ସରକାରୀ, ସରକାରୀ ସ୍ୱୀକୃତି ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସହ ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଜବହାର ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟକୁ ଆସନ୍ତା ୨୦.୦୪.୨୦୨୬ ରୁ ୨୨.୦୪.୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା। ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟରୀ ପରୀକ୍ଷ ସକାଳ ୭ଟାରୁ ୯ଟା ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଫଳ, ରସ ଓ ଓଆରଏସ୍ ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଜାରି ରହିବ। ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ଏବଂ ଜନଗଣନା କାମ, ଭର୍ତ୍ତି ପ୍ରକ୍ରିୟା, ୟୁନିଫର୍ମ ବଣ୍ଟନ ଓ ରେକର୍ଡ କରିବେ।




