Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

କାର୍ତ୍ତିକେଶ୍ୱର ମଲ୍ଲିକ ରାଜସ୍ୱ ମିତ୍ର ସଂମ୍ମାନରେ ସଂମ୍ମାନୀତ।

କାର୍ତ୍ତିକେଶ୍ୱର ମଲ୍ଲିକ ରାଜସ୍ୱ ମିତ୍ର ସଂମ୍ମାନରେ ସଂମ୍ମାନୀତ।

ନୂଆପଡା, ୭|୫ (ଜିଲ୍ଲା ଖବର ) (:ଓମ ପ୍ରକାଶ ଚୌଧୁରୀ )ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ପଞ୍ଚାୟତ ବିଛନାପାଳି ଗ୍ରାମର ସମାଜସେବୀ ତଥା ପୂର୍ବତନ ସରପଞ୍ଚ କାର୍ତ୍ତିକେଶ୍ୱର ମଲ୍ଲିକ ସମାଜ ସେବାରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ମିତ୍ର ସଂମ୍ମାନରେ ସଂମ୍ମାନୀତ ହୋଇଛନ୍ତି। ଅସହାୟ ମାନଙ୍କୁ ବିଭିନ୍ନ ଭତ୍ତା ଯୋଜନାରେ ସାମିଲ କରିବା, ଦାଦନ ଶ୍ରମିକ ହୋଇ ରାଜ୍ୟ ବାହାରକୁ ନଯିବା, ଠିକ ସମୟରେ ଖଜଣା ଗୁଡିକ ପଇଠ କରିବା, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରିବା, ଏପରି ଅନେକ କ୍ଷେତ୍ରରେ ଲୋକଙ୍କୁ ସହଯୋଗ କରିଥିବା ଯୋଗୁଁ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ସଂମ୍ମାନୀତ କରିଥିବା ବେଳେ ଉପ ଜିଲ୍ଲାପାଳ ସୁରୁମି ସୁରେନ, ଏ ଡି ଏମ ସୁବାଷ ଚନ୍ଦ୍ର ରଇତି, ସମେତ ଜିଲ୍ଲାର ପାଞ୍ଚ ବ୍ଲକର ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!