
ଯାଜପୁର ୭.୫: (ଜିଲ୍ଲା ଖବର ରଂଜିତ ମହାନ୍ତି ) ବରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ଅଟଳ ବିହାରୀ ବାଜପେୟୀଙ୍କ ସହିତ ଜଡିତ ବିଭିନ୍ନ ଉତ୍ପାଦର ସର୍ବବୃହତ ସଂଗ୍ରହ ପାଇଁ ବରୀର ପୁଅ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ନାମ ୱାର୍ଲ୍ କ୍ସଲେନ୍ସ ବୁକ୍ ଅଫ୍ ରେକର୍ଡସ୍ ?ରେ ସ୍ଥାନ ପାଇଛି । ତାଙ୍କ ସଂଗ୍ରହରେ ରହିଛି ଖବରକାଗଜ, ପତ୍ରି କା, ପୁସ୍ତକ, ଫି ଲାଟେଲି ଜିନିଷପତ୍ର, ୧୦୦ ଟଙ୍କାର ସ୍ମାରକୀ ମୁଦ୍ରା ଏବଂ ଅନ୍ୟାନ୍ୟ ବିରଳ ସ୍ମାରକୀ। ମୋଟ ୫୦୦ରୁ ଅଧିକ ପଦାର୍ଥ ଥିବାରୁ ତାଙ୍କୁ ଏହି ସମ୍ମାନଜନକ ୱାର୍ଲଡ଼ ରେକର୍ଡସ ମିଳିଥିବା ବା ଜଣାଯାଇଛି ଉଛି । ଏଠାରେ କୁହାଯାଇପାରେ ଯେ ବିଜେପି ଓଡ଼ି ଶା ଶାଖା ସହଯୋଗରେ ଗରେ ୨୫ ଡିସେମ୍ବର ୨୦୨୫ରେ ଅଟଳଜୀଙ୍କ ଜନ୍ମଶତବାର୍ଷି କୀ ପାଳନ ଅବସରରେ ଏସବୁ ସଂଗ୍ରହକୁ ନେଇ ଅଟଳନାମା ନାମକ ଏ ଏକ ପ୍ରଦର୍ଶନୀ ବିଜେପି ପାର୍ଟି କାର୍ଯ୍ୟାଳୟରେ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ କରିଥିଲେ । ଏହି ପ୍ରଦର୍ଶନୀକୁ ଓଡ଼ି ଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ 1 କନକ ବର୍ଦ୍ଧନ ସିଂହ ଦେଓ, ରାଜ୍ୟ ସଭାପତି ମନମୋହନ ସାମଲ, ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେର ହରା ଏବଂ ଅନେକ ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଖବରକାଗଜ ସଂଗ୍ରହ କରି ପେପରମ୍ୟାନ ଇଣ୍ଡିଆ ଆ ଭାବେ ନିଜକୁ ପରିଚିତ କରାଇଥିବ ଶଶାଙ୍କ ଶେଖର ଦାଶ ପୂର୍ବରୁ ନିଜ ନାମ ଗିନିସ ୱାର୍ଲଡ଼ ରେକର୍ଡସରେ ସ୍ଥାନିତ କରିଛନ୍ତି ଛନ୍ତି । ସେ ସ୍ଥାନୀୟ ଅରଙ୍ଗାବାଦ ନିବାସୀ ଆଦର୍ଶ ଶିକ୍ଷକ ଶ୍ରୀ ଦୋଳଗୋବିନ୍ଦ ଦାଶଙ୍କ ପୁଅ । ଓଡ଼ି ଶାରେ ରେ ଏକ ସ୍ଵତନ୍ତ୍ର ଖବରକାଗଜ ସଂଗ୍ରହାଳୟ ପ୍ରତିଷ୍ଠା ହେଉ ବୋଲି ଦାବି କରି ଆସୁଛନ୍ତି । ଯଦି ସରକାର ଏହା ପ୍ରତିଷ୍ଠା କରୁଛନ୍ତି ତେବେ ସେ ତାଙ୍କ ସଂଗୃହିତ ସମସ୍ତ ଖବରକାଗଜ ଦାନ କରିବେ ବୋଲି ସୂଚନା ଦେଇଛନ୍ତି ।




