Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ରେ ଜାତୀୟ ଜନଗଣନା ୨୦୨୭ କାର୍ଯ୍ୟ ତ୍ଵରାନିତ, ଜଣ ଗଣନା ଘର ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି

ନୂଆପଡ଼ା ଜିଲ୍ଲା ଜାତୀୟ ଜନଗଣନା ୨୦୨୭ କାର୍ଯ୍ୟ ତ୍ଵରାନିତ, ଜଣ ଗଣନା ଘର ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି

ନୂଆପଡା ୧୮ ୪ (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଜାତୀୟ ଜନଗଣନା ୨୦୨୭ କାର୍ଯ୍ୟ ତ୍ଵରାନିତ, ଜଣ ଗଣନା ଘର ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି। ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୧୦ ରେ ଗଣନା କାର୍ଯ୍ୟ ତ୍ବରାନ୍ବିତ ରହିଥିବା ବେଳେ ଘର୍ ଘର ବୁଲି ଗଣନା ଅଧିକାରୀ ମାନେ ଘର ଗଣନା କରୁଛନ୍ତି। ଘର ଗଣନା ସମୟରେ ଘର ସଂଖ୍ୟା ଏବଂ ପରିବାର ସଂଖ୍ୟା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଜନଗଣନା ଦୁଇ ଗୋଟି ପ୍ରାର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ନିଜତ୍ବ ତଥ୍ୟ ଗଣନା ଅନୁଷ୍ଠିତ ହୋଇଅଛି। ପରେ ଘର ଗଣନା ସହ ବ୍ୟକ୍ତି ଙ୍କ ତଥ୍ୟ ସଂଗ୍ରହ କରିବେ। ଘର ଏବଂ ପରିବାର ଗଣନା ସମୟ ରେ ବରିଷ୍ଠ ନାଗରିକ ଅବନୀ ମୋହନ ପାଣିଗ୍ରାହୀ ଭାରତୀୟ ନାଗରିକଙ୍କୁ ସଠିକ୍ ତଥ୍ୟ ଦେବା ପାଇଁ ଆହ୍ୱାନ କରିଥିବା ବେଳେ ଭାରତ ର ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏହି ସଠିକ୍ ତଥ୍ୟ ଭାରତକୁ ମଜଭୁତ୍ କରିବା ସହ ଶସକ୍ତ ଭାରତ ଗଠନରେ ସହଯୋଗ ହେବ। ଗଣନା ତଥ୍ୟ ମୁତାବକ ଭାରତରେ ବିକଶିତ ଏବଂ ଉନ୍ନୟନ ପ୍ରକଳ୍ପ ପ୍ରସ୍ତୁତି ହେବ। ଜାତୀୟ ଜନଗଣନା ୨୦୨୭ ରେ ଜାତିଗତ ଜନଗଣନା ହେବା ରୁ ବିଶେଷ ମହତ୍ୱ ରହିଅଛି। ଗଣନା ମେ ୧୫,୨୦୨୬ ପର୍ଯ୍ୟନ୍ତ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ଦିନ ଧାର୍ଯ୍ୟ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଫେବୃଆରୀ ୨୦୨୭ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!