Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଭାଇ ପାଇଁ ନାରାୟଣ ମଲ୍ଲିକ ସ୍ମୃତି ସଂସଦଜେ ନିଆରା କାର୍ଯ୍ୟକ୍ରମ ଓ କବିତା ପୁସ୍ତକ ‘ସବୁଜ ଦାମ୍ପତ୍ୟ’ ଲୋକାର୍ପଣ

ଭାଇ ପାଇଁ ନାରାୟଣ ମଲ୍ଲିକ ସ୍ମୃତି ସଂସଦଜେ ନିଆରା କାର୍ଯ୍ୟକ୍ରମ ଓ କବିତା ପୁସ୍ତକ ‘ସବୁଜ ଦାମ୍ପତ୍ୟ’ ଲୋକାର୍ପଣ

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ

ଯାଜପୁର ନିକଟସ୍ଥ କଟିକଟା ଠାରେ ଗତ ରବିବାର ପବିତ୍ର ବିଶ୍ୱ ଭାତୃ ଦିବସ ଅବସରରେ ନାରାୟଣ ମଲ୍ଲିକ ସ୍ମୃତି ସଂସଦ ଆନୁକୂଲ୍ୟରେ “ଭାଇ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ଦାମୋଦର ବେହେରା ସଭାପତିତ୍ୱ କରିଥିଲେ l ମୁଖ୍ୟଅତିଥି ଭାବେ ପଣ୍ଡିତ ଡ଼ ସୂର୍ଯ୍ୟମଣୀ ଖୁଣ୍ଟିଆ, ମୁଖ୍ୟ ବକ୍ତା ଭାବେ ଡା ରୁଦ୍ରନାରାୟ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼ ସତ୍ୟ ନାୟକ ଏବଂ ଅନ୍ତଃରାଷ୍ଟ୍ରିୟ ହିନ୍ଦୁ ପରିଷଦ ଓଡିଶା ପୂର୍ବପ୍ରାନ୍ତ ଉପାଧ୍ୟକ୍ଷ ଅରବିନ୍ଦ ଦାସ, ସମାଜସେବୀ ଜୟନ୍ତ ନାୟକ,ଗିରୀଶ ବିହାରୀ ମିଶ୍ର ପ୍ରମୁଖ ଯୋଗ ଦେଇ ଭାଇ-ଭାଇ, ଭାଇ-ଭଉଣୀ ସମ୍ପର୍କ ପୁର୍ବ ଭଳି ଆଉ ନାହିଁ। ଯୌଥ ପରିବାର ମଧ୍ୟ ଦେଖିବାକୁ ମିଳୁ ନାହିଁ। ଘରର ବଡ଼ ପୁଅ,ବାପ ମୁଣ୍ଡରୁ ବୋଝ ନିଜ ମୁଣ୍ଡକୁ ନିଏ,ହିଡ଼ ମାଟି ହିଡରେ ଲଦି,ଦେହର ରକ୍ତକୁ ପାଣି କରି ସାନମାନଙ୍କୁ ପାଳି ପୋଷି ବଡ଼ କରେ, ପାଠ ପଢ଼ାଏ, ଚାକିରୀ କରାଏ, ଭଉଣୀ ବାହା କରାଏ।

କିନ୍ତୁ ବୟସର ଅପରାହ୍ନରେ ନିଜ ପିଲାମାନଙ୍କୁ ମଣିଷ କରି ପାରେନା, ଅତି ଦୟନୀୟ ସମୟ ଅତିବାହିତ କରେ । କେବେ କେଉଁଠି ଦେଖାଯାଏ ବାପା ମାଆଙ୍କ ଅନ୍ତେ ବଡ଼ ଭଉଣୀ ସାନ ସାନ ଭାଇ ଭଉଣୀ ମାନଙ୍କୁ ମଣିଷ କରିବାରେ ଏମିତି ଵ୍ୟସ୍ତ ରହିଯାଏ ଯେ ସେ ତାର ବିବାହ ବୟସ ଭୁଲିଯାଏ, ଅଭିଆଡ଼ି ହୋଇ ରହିଯାଏ ସାରାକାଳ। ପରବର୍ତୀ ମୁହୂର୍ତ୍ତରେ ଦେଖାଯାଏ ବାର୍ଦ୍ଧକ୍ୟ ଅବସ୍ଥାରେ ରୋଗ ଯନ୍ତ୍ରଣାରେ ଅତି ମାତ୍ରାରେ ଅବହେଳିତ ହୁଅନ୍ତି। ଅନ୍ୟମାନେ ତାକୁ ଭୁଲିଯାଆନ୍ତି। ଯାହାକୁ ସବୁଦିନ କିପରି ବଞ୍ଚାଇ ରଖ ଯାଇ ପାରିବ ଆଜି ଦିବସର ଉଦେଶ୍ୟ ହେବାକ ଉଚିତ ବୋଲି କହିଥିଲେ l ଏହି ଅବସରରେ ଦୁଇଜଣ ଆଦର୍ଶ ଭାଇ ବ୍ୟାସନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ମାଝୀ, ଏବଂ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ଗ୍ରାମର ପଶୁଧନ ନିରିକ୍ଷକ ନିରଞ୍ଜନ ସାହୁ ଅଦ୍ୟାବଧି ତିନି ପୁରୁଷ ଧରି ଯୌଥ ପରିବା ଭିତରେ ବାନ୍ଧି ହୋଇ ରହି ଆସି ଥିବାରୁ ଅନୁଷ୍ଠାନ ତରଫରୁ ଉଭୟଙ୍କୁ ଆଦର୍ଶ ଭାଇ ସମ୍ମାନରେ ସମ୍ମାନିତ କରାଯାଇଥିଲା. କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ପ୍ରଭାତ କୁମାର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l

ଦ୍ଵିତୀୟ ଅଧିବେଶନରେ କବି ମନୋଜ ନାୟକଙ୍କ କବିତା ପୁସ୍ତକ ସବୁଜ ଦାମ୍ପତ୍ୟ ଲୋକାର୍ପଣ ହୋଇଥିଲା l ପୁସ୍ତକଟିକୁ ସମୀକ୍ଷା କରିଥିଲେ ବରିଷ୍ଠ କବି ରାମଚନ୍ଦ୍ର ଦାସ। ଏହି ଅବସରରେ ଏକ ମନୋଜ୍ଞ କବିତା ଆସରରେ ଅମ୍ବିକା ପ୍ରସାଦ ସାମଲ, ସନ୍ତୋଷ କୁମାର ବେହୁରିଆ, ସୁବାସ ଚନ୍ଦ୍ର ସାହାଣୀ, ଜିତେନ୍ଦ୍ର କୁମାର ବେହେରା, ନିହାରଞ୍ଜନ ଓଝା, ପ୍ରଦୀପ ମଲ୍ଲିକ, ବିପିନୀ ବିନ୍ଧାଣୀ, ଜୟନ୍ତୀ ବେହେରା,ସୁଶ୍ରୀ ଶ୍ରାବଣୀ ଦାସ,ସରସ୍ବତୀ ପଣ୍ଡା,ରଂଜିତା ଦାସ, ଡ଼ ହରିପ୍ରିୟା ସେଠୀ, ସୁବାସ ଚନ୍ଦ୍ର ବେହେରା,ବାଦଲ ନାୟକ,ଉମାକାନ୍ତ ପାତ୍ର,ସୁବାସ ଚନ୍ଦ୍ର ମହାପାତ୍ର,ଅଜିତ ମଲ୍ଲିକ, ସୌଦାଗର ବିଶ୍ୱାଳ, କାମେଶ୍ୱର ପଣ୍ଡା, ଚନ୍ଦ୍ରଶେଖର ସାହୁ, ସତ୍ୟବ୍ରତ ସାହୁ, ଡା.ବିଜୟ ମୋହନ ରାଏ, ଶିଶିର ପଣ୍ଡା, ରାମଚନ୍ଦ୍ର ଦାସ, ଅଖିଳ ମୋହନ ଦାଶ,ଅଭିମନ୍ୟୁ ନାୟକ, ସୁଦର୍ଶନ ସାହୁ, ବୃନ୍ଦାବନ ମିଶ୍ର, ଦୀନେଶ ମଲ୍ଲିକ, କନକ ଲତା ସାହୁ,ଏମ ସାଇ ଅର୍ପିତା ପ୍ରମୁଖ ଭାଇ ଶୀର୍ଷକଲାଜ ନିଜର କବିତା ପାଠ କରିଥିଲେ। ସର୍ବ ଶେଷରେ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରତିଷ୍ଠାତା ପ୍ରଦୀପ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!