ଓଡିଶା
ନିମ୍ବଗଛ ରୁ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧ।ର।
ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି

- କଳାହାଣ୍ଡି ୨୮ ୪ ଜିଲ୍ଲା ଖବର (ଆର ପ୍ରୀତି)କଳାହାଣ୍ଡି ଜିଲ୍ଲାଜୟପାଟଣା ଥାନା ଧନସୁଲି ଗ୍ରାମ ନିକଟସ୍ଥ ଏକ ବିଲରେ ଥିବା ନିମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଉଛନ୍ତି ସୁବଳ ବାଗ (୫୫)। ସୂଚନା ଅନୁଯାୟୀ, ସୁବଳଙ୍କ ନିଜ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ଼ ଅଞ୍ଚଳର ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଜୟପାଟଣା ରେ ରହି ଆସୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ବିଲରେ ଥିବା ଏକ ନିମ୍ବ ଗଛରେ ବେକରେ ଦଉଡି ଦେଇ ସୁବଳ ଝୁଲୁଥିବାର ଦେଖିବାକୁ ପାଇଥିଲେ।
ଖବର ପାଇ ଜୟପାଟଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।




