Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ପତୋରା ଡ୍ୟାମ୍ ପାଣି ଶୁଖୁଲା, ଚାଷୀଙ୍କ ଧାନ ମଲା

ଡ୍ୟାମ୍ ପାଣି ଶୁଖୁଲା ଋଷୀଙ୍କ ଧାନ ମଲା

ନୂଆପଡ଼ା,୨୯ ୪ (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ):ନୂଆପଡ଼ା ଅପ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପାଣି ଶୁଖୁଲା ପରେ ରେ ଧାନଫସଲ ବଞ୍ଚାଇବା ଚିନ୍ତାରେ ଚା ଚାଷୀ ମୁଣ୍ଡରେ ହାତଦେଇ ବସିଛି ପୋଖରୀ, ମୁଡା, ନଈ ଥୂବା ସ୍ଥାନରେ ଧାନ ବର୍ଷିଯାଇଥିବା ବେଳେ ପାଣି ମଡାଇବା ସୁବିଧା ନ ଥ‌ିବା ସ୍ଥାନରେ ସମ୍ପୂର୍ଣ୍ଣ ମରିଗଲାଣି। ଭେରା ପଞ୍ଚାୟତର ପଞ୍ଚମପୁର, କୁସୁମପଡା, ବରପଡା, ଲାଞ୍ଜିମାର ଇତ୍ୟାଦି ଗାଁରେ ଧାନ ସମ୍ପୂର୍ଣ୍ଣ ମ୍ପୂର୍ଣ୍ଣ ମରିଗଲାଣି। ସୂଚନା ଅନୁସାରେ କୁସୁମପଡ଼ାର ଚାଷୀ ନେତରାମ ମ ହରିଜନଙ୍କ ୨ ଏକର, ମହେଶ ରାମ ହରିଜନ ଦେଢ ଏକର, ତୁଳସି ରାମ ହରିଜନ ୨ ଏକର, ଭାସୁରାମ ହରିଜନ ୨ଏକର, ବିଶୁ ହରିଜନ ଅଢେଇ ଏକର, ରାମଧର କେଉଟ ୧ ଏକର, ମେଘରାଜ କେଉଟ ସାଢେ ୯ଏକର, ଖପେରାମ ସାହୁ ଦେଢ ଏକର, ବସ୍ତିନ ସାହୁ ୧ ଏକର, ହିରାଲାଲ ସାହୁ ୧ଏକର, ପବନ ସାହୁ ୧ଏକର ଜମିରେ ଧାନ ଚାଷ କରିଥିଲେ। ପତୋରା ଜଳସେଚନ ପ୍ରକଳ୍ପ ଶୁଖୁଲା ପଡିବାରୁ ପାଣି ଅଭାବରୁ ଧାନ ମରିଗଲାଣି। ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଋଣ ପରିଶୋଧ କରିବା ଚିନ୍ତାରେ ପଡି ଯାଇଛନ୍ତି। ଜିଲାସ୍ତରୀୟ ଜଳ ପରିଚାଳନା ବୈଠକରେ ଚଳିତ ରବି ଋତୁରେ ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରୁ ମୋଟ ୧୯୫୧.୭ ହେକ୍ଟର ଜମିକୁ ଜଳ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ସେଥ୍‌ରୁ ୫୦ ପ୍ରତିଶତ ଧାନ ଓ ୫୦ ପ୍ରତିଶତ ଅଣଧାନ କରିବା ପାଇଁ ଆଲୋଚନା ହୋଇଥିଲା ହେଲେ ପ୍ରକୃତ ପକ୍ଷରେ ଧାର୍ଯ୍ୟଠାରୁ ଅଧୂକ ୪ ହଜାର ହେକ୍ଟରରେ ଧାନ ଚାଷ ହେଉଛି ବୈଠକର ନିଷ୍ପତ୍ତ ଅନୁଯାୟୀ ଚାଷ ନ ହୋଇ ଧାର୍ଯ୍ୟଠାରୁ ଅଧୂକ ଚାଷ କମିବା ପାଇଁ କିଏ ନିର୍ଦ୍ଦେଶ ଦେଲା ଏବଂ କାହା ସ୍ବାର୍ଥରେ ଜଳସେଚନ ବିଭାଗ ଅଧୂକାରୀ ପାଣି ଯୋଗାଇଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥୂପାଇଁ ସମ୍ପୂର୍ଣ୍ଣ ଭାବରେ ବିଭାଗୀୟ ଯନ୍ତ୍ରୀ ହିଁ ଦାୟୀ ବୋଲି ଚାଷୀନେତା ଭକ୍ତବନ୍ଧୁ ଧରୁଆ ଅଭିଯୋଗ କରିଛନ୍ତି। ଏହାସହ ଜଳ ଆବଣ୍ଡନରେ ପାତରଅନ୍ତର କରିଥିବା ଅଧୂକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମରିଯାଇଥିବା ଧାନର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସେ ଧାର୍ଯ୍ୟଠାରୁ ଅଧୂକ ଜମିରେ ଚାଷ ହୋଇଥିବା କାରଣରୁ ଡ୍ୟାମ୍ ପାଣି ଶୁଖ୍ଯାଇଥିବା କଥାକୁ ସ୍ବୀକାର କରିବା ସହ ଯେଉଁ ଅଧୂକାରୀ ଏଥିପାଇଁ ଦାୟୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!