
ସିନାପାଲି,୨୯।୪(ଜିଲ୍ଲା ଖବର ) : (ଓମ ପ୍ରକାଶ ଚୌଧୁରୀ )-ସିନାପାଲି ବ୍ଳକ ଟିମନପୁର ରାସ୍ତାପାର୍ଶ୍ଵରେ ଚାଲିଥିବା ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହେଉଛି। ବିନା ସୂଚନା ଫଲକରେ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଲୋକେ ଅନିୟମିତତା ହେଉଥିବା ସନ୍ଦେହ କରୁଛନ୍ତି। ପ୍ରକାଶ ଥାଉକି, ଏହି ବସଷ୍ଟାଣ୍ଡ ନିର୍ମାଣ କାମ ବର୍ଷବର୍ଷ ଧରି ଚାଲିଛି । ଆଜି ଯାଏଁ କାମ ଶେଷ ହେଉନାହିଁ । ଫଲରେ ଯାତ୍ରୀମାନେ ଟାଣ ଖରାରେ ବସକୁ ଅପେକ୍ଷା କରୁଚନ୍ତି। ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଟିମନପୁର୍ରୁ ଗାର୍ଲା ରାସ୍ତାରେ କୌଣସି ସରକାରୀ ବେସରକାରୀ ବସ୍ ଯାତାୟାତ ହେଉନାହିଁ। ତେଣୁ ଗାର୍ଲା, ବେଜେଲପୁର, କୁସୁମଖୁଟା, ମାଲପଡ଼ା, ଗୋବିନ୍ଦପୁର, ଅର୍ମଲା, ମାଦଲପଖାନ, ପୁଞ୍ଜିପଡା, ହିରାପୁର, ମହେଶ୍ୱର ସମେତ ଆଖପାଖ ଗାଁ ଲୋକେ ଟିମନପୁର ଆସି ବସକୁ ଅପେକ୍ଷା କରିଥାନ୍ତି। ସରକାରୀ ନିୟମ ମୁତାବକ, କାର୍ଯ୍ୟ ଆରମ୍ଭରୁ ସୂଚନାଫଳକ ଜରୁରି ବୋଲି ନିୟମ ରହିଛି। କିନ୍ତୁ ବିନା ସୂଚନା ଫଲକରେ ନିର୍ମାଣ କାର୍ଯ୍ୟରେ ଅନିୟମିତତା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଠିକା କାମରେଜଣେ ଶିକ୍ଷକ ସମ୍ପୃକ୍ତ ରହିଥିବା ଲୋକେ ପ୍ରକାଶ କରିଛନ୍ତି। ଠିକାଦାରଙ୍କୁ ଠିକା କାମରେ ନିଯୁକ୍ତ ନକରି ଜଣେ ଶିକ୍ଷକଙ୍କ ସମ୍ପୃକ୍ତିରେ କାମ ହେଉଥିବାରୁ କାମ ଶେଷରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ଏନେଇ ବିଭାଗୀୟ ଜେଇଙ୍କୁ ପଚାରିବାରୁ ଠିକାଦାରଙ୍କୁ ସୂଚନାଫଳକ ନିର୍ମାଣ କରିବାକୁ କହିଥିବାବେଳେ କାମରେ କେତେକ ତ୍ରୁଟି ଥିବାରୁ ସୁଧାରା ଯାଇଛି। ନିର୍ମାଣ କାମ ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି




