Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ବିଶ୍ୱକର୍ମା ଟ୍ରଷ୍ଟର ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ବିଶ୍ୱକର୍ମା ପୂଜା ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ବିଶ୍ୱକର୍ମା ଟ୍ରଷ୍ଟର ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ବିଶ୍ୱକର୍ମା ପୂଜା ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା ,୧୩/୦୬(ଜି ଖ ଲା ):

ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଏକ ନମ୍ବର ୱାର୍ଡ ମୁକ୍ତାପୂର ଅଙ୍ଗନୱାଡି କେନ୍ଦ୍ର ଓ ଗୋଷ୍ଠି ଗୃହ ଚାରିପାଖରେ ପଡ଼ିଥିବା ପଲିଥିନ୍,ବୋତଲ ଓ ଅନ୍ୟାନ୍ୟ ମଇଳା ସାମଗ୍ରୀ କୁ ଟ୍ରଷ୍ଟର କର୍ମକର୍ତ୍ତା ମାନଙ୍କ ଦ୍ଦ୍ୱାରା ସଫେଇ କରାଯିବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜିନିଷ ଗୁଡିକୁ ଏଣେତେଣେ ନ ପକାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।ପରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ପରିସରରେ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ହେବାକୁ ଥିବା ବିଶ୍ୱକର୍ମା ପୂଜା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଯେ ନୂଆପଡା ଜିଲ୍ଲାର ପାଞ୍ଚଗୋଟି ବ୍ଲକର କୌଣସି କାରିଗର ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କିଛିଜଣ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା କରିବା ସହିତ ଦ୍ୱିତୀୟ ସଂସ୍କରଣ ଭାବେ ଏକ ସ୍ମରଣିକା ଉନ୍ମୋଚନ କରିବା ପାଇଁ ଆଲୋଚନା ହୋଇଥିଲା। ସ୍ମରଣିକାର ଲେଖା ଗୁଡ଼ିକ ଅତିଶିଘ୍ର ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ମିଶ୍ରଙ୍କୁ ଦେବା ପାଇଁ ଆଲୋଚନା ହୋଇଥିଲା। ଆଜିର ଏହି ବୈଠକର ଟ୍ରଷ୍ଟର ସଭାପତି ମେଜର ଡଃ ରାମଚନ୍ଦ୍ର ମିଶ୍ର, ସମ୍ପାଦକ ଶ୍ରୀବତ୍ସ ବାରିକ, ଉପଦେଷ୍ଟା ଅଶୋକ କୁମାର ରାଉତ,ସଦସ୍ୟ ପରମେଶ୍ୱର ବାରିକ,ସତ୍ୟ ନାରାୟଣ ଦାସ, ଉମାକାନ୍ତ ରାଉତ, ଜଗନ୍ନାଥ ନାଏକ,,ପରୀକ୍ଷିତ ବିଶି ଓ ମୁକ୍ତାପୁର ଗ୍ରାମବାସୀ ଯୋଗ ଦେଇଥିଲେ

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଜିଲ୍ଲା ଖବର ଲାଇଭ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!