Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ଖଡ଼ିଆଳ ବ୍ଲକ ବରଗାଁ ମଣ୍ଡିରେ ୨୦ ହଜାର ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି ,ଚିନ୍ତାରେ ଚାଷୀ

ଖଡ଼ିଆଳ ବ୍ଲକ ବରଗାଁ ମଣ୍ଡିରେ ୨୦ ହଜାର ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି ,ଚିନ୍ତାରେ ଚାଷୀ

ନୂଆପଡା ୧୩/୦୬(ଜି ଖ ଲା ):ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଧାନ ମଣ୍ଡିରେ ପ୍ରାୟ ୨୦ ହଜାର ବସ୍ତା ଧାନ ତିନି ଦିନ ହେଲା ପଡ଼ି ରହିଥିବାରୁ ଚାଷୀମାନେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ମିଲର୍ସଙ୍କ ପକ୍ଷରୁ ଧାନ ଉଠାଣ ପାଇଁ ଗୋଟିଏ ବି ଟ୍ରକ୍ ପଠା ଯାଇ ନ ଥିବାରୁ ମଣ୍ଡିରେ ଧାନ ଗଦା ହୋଇ ରହିଛି।ଚାଷୀମାନଙ୍କ କହିବା ଅନୁସାରେ, ସେମାନେ କଷ୍ଟ କରି ଅମଳ କରିଥିବା ଧାନକୁ ମଣ୍ଡିକୁ ଆଣି ବିକ୍ରି ପାଇଁ ରଖିଛନ୍ତି। ହେଲେ ନିର୍ଦ୍ଧାରିତ ସମୟରେ ମିଲର୍ସ ଧାନ ଉଠାଇବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏପରି ସ୍ଥିତିରେ ଖୋଲା ଆକାଶ ତଳେ ପଡ଼ି ରହିଥିବା ଧାନ ନଷ୍ଟ ହେବାର ଆଶଙ୍କା ବଢ଼ିଛି।ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି ପାଗର ଅନିଶ୍ଚିତା। ନୂଆପଡ଼ା ଜିଲ୍ଲାରେ ଗତ କିଛି ଦିନ ହେଲା ମଝିରେ ମଝିରେ କାଳ ବୈଶାଖୀ ବର୍ଷା ହେଉଛି। ଯଦି ହଠାତ୍ ପ୍ରବଳ ବର୍ଷା ହୁଏ, ତେବେ ଲକ୍ଷ ଲକ୍ଷ ଟଙ୍କାର ଧାନ ଭିଜି ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଅନେକ ଚାଷୀ କହିଛନ୍ତି ଯେ ସେମାନେ ଋଣ କରି ଚାଷ କରିଥିଲେ। ଧାନ ନଷ୍ଟ ହେଲେ ସେମାନଙ୍କୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିବ।ସମସ୍ୟା ବଢ଼ୁଥିଲେ ମଧ୍ୟ ଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆ ଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି। ମଣ୍ଡିରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କିମ୍ବା ଧାନ ଉଠାଣ ପାଇଁ ତୁରନ୍ତ ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ଚେତାବନୀ ଦେଇଛନ୍ତି।ସ୍ଥାନୀୟ ଲୋକଙ୍କ ମତରେ, ଧାନ ଉଠାଣରେ ହେଉଥିବା ବିଳମ୍ବ ଯୋଗୁଁ ଚାଷୀଙ୍କ ଆତ୍ମବିଶ୍ୱାସ କମିବା ସହ ମଣ୍ଡି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମିଲର୍ସଙ୍କ ସହ ଆଲୋଚନା କରି ଧାନ ଉଠାଣ ବ୍ୟବସ୍ଥା କରୁ ବୋଲି ଚାଷୀ ଦାବି କରିଛନ୍ତି। ଏ ବିଷୟରେ ଖଡ଼ିଆଳ ତହସିଲଦାର ନରସିଂଙ୍ଗ ଗଦବାଙ୍କ ସହିତ ଯୋଗାଯୋଗ କରାଯିବାରୁ ଅତିଶିଘ୍ର ଧାନ ଉଠାଇବାର ବ୍ୟବସ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!