ନୂଆପଡ଼ା-ବଲାଙ୍ଗୀର ସଂଯୋଗକାରୀ ମଖଣ୍ଡ ସେତୁ ଦବିଲା: ଯାତାୟାତ ବାଧାପ୍ରାପ୍ତ, ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା
ନୂଆପଡ଼ା-ବଲାଙ୍ଗୀର ସଂଯୋଗକାରୀ ମଖଣ୍ଡ ସେତୁ ଦବିଲା: ଯାତାୟାତ ବାଧାପ୍ରାପ୍ତ, ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା

ନୂଆପଡ଼ା (୨୯/୦୭): (ଜିଲ୍ଲା ଖବର ଲାଇଭ )ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାକୁ ସଂଯୋଗ କରୁଥିବା ମଖଣ୍ଡ ଠାରେ ଥିବା ଗୁରୁତ୍ୱପୂର୍ଣ୍ଣ ସେତୁଟି ଦବି ଯାଇଥିବା ଖବର ସାମ୍ନାକୁ ଆସିଛି। ସେତୁର ଅବସ୍ଥା ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଥିବାରୁ ଏହା ଉପରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହ ଶହ ଯାନବାହାନ ଏବଂ ସ୍ଥାନୀୟ ଲୋକେ ଯାତାୟାତ କରିଥାନ୍ତି। ମାତ୍ର ସେତୁଟି ଦବିଯିବା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଓ ପାସରୋଜୀ ଭୟ ଓ ଆଶଙ୍କା ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏଠାରେ ବଡ଼ ଧରଣର ଅପ୍ରୀତିକର ପରିସ୍ଥିତି କିମ୍ବା ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
ଏହି ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏହାସହ ଅଞ୍ଚଳବାସୀ ଓ ଯାତ୍ରୀମାନଙ୍କୁ ଏହି ସୂଚନା ପ୍ରତି ଧ୍ୟାନ ଦେଇ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କିମ୍ବା ଅତ୍ୟନ୍ତ ସାବଧାନତା ସହ ଯାତାୟାତ କରିବାକୁ ନିବେଦନ କରାଯାଉଛି।




