ମୁଖ୍ୟ ସମାଚାର

ଖଡ଼ିଆଳରେ ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଖଡ଼ିଆଳରେ ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

​ଖଡ଼ିଆଳ (ଜିଲ୍ଲା ଖବର ଲାଇଭ )/ତା: ୨୯.୦୭: ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.) ପକ୍ଷରୁ ଆଜି ଖଡ଼ିଆଳ ସ୍ଥିତ ଅଗ୍ରସେନ ଧର୍ମଶାଳା ପରିସରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାଭକ୍ତିର ସହ ପାଳିତ ହୋଇଯାଇଛି।

​ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁସଂଖ୍ୟକ ସ୍ୱୟଂସେବକ ଉପସ୍ଥିତ ରହି ପରମ ପବିତ୍ର ଭଗବା ଧ୍ୱଜକୁ ଗୁରୁ ରୂପେ ପୂଜାର୍ଚ୍ଚନା କରିବା ସହ ଆନୁଷ୍ଠାନିକ ଭାବେ ଗୁରୁ ଦକ୍ଷିଣା ଅର୍ପଣ କରିଥିଲେ। ଉତ୍ସବରେ ସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନେ ଯୋଗଦେଇ ଗୁରୁ-ଶିଷ୍ୟ ପରମ୍ପរାର ମହତ୍ତ୍ୱ ଓ ଭାରତୀୟ ସଂସ୍କୃତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

​ବୈଠକରେ ବକ୍ତାମାନେ କହିଥିଲେ ଯେ, ଭାରତ ହେଉଛି ଗୁରୁ ପରମ୍ପରାର ଦେଶ। ପ୍ରାଚୀନ କାଳରୁ ପ୍ରଚଳିତ ଏହି ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିର ପ୍ରାଣବିନ୍ଦୁ। ସମାଜରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଉଚ୍ଚ-ନୀଚର ଭେଦଭାବ ଦୂର କରି ସମଭାବପୂର୍ଣ୍ଣ ମନୋଭାବ ସୃଷ୍ଟି କରିବା ପାଇଁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ମଧ୍ୟରେ ରାଷ୍ଟ୍ରଭକ୍ତି ଓ ସେବା ମନୋଭାବ ଜାଗ୍ରତ କରି ଦେଶର ପ୍ରଗତିରେ ଭାଗିଦାର ହେବାକୁ କୁହାଯାଇଥିଲା।

​ଶେଷରେ ସମସ୍ତ ସ୍ୱୟଂସେବକ ଭାରତୀୟ ସଂସ୍କୃତି, ଗୁରୁ-ଶିଷ୍ୟ ପରମ୍ପରା ଏବଂ ସନାତନ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ। ଏହି ଗୁରୁ ପୂର୍ଣ୍ଣିମା ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଗାନ୍ୟମାନ୍ୟ ବ୍ୟକ୍ତି ଓ ସଂଘର ସ୍ୱୟଂସେବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!