Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡ଼ା ଏନ୍‌ଏସିକୁ ‘ବେଷ୍ଟ ପରଫର୍ମିଂ ୟୁଏଲ୍‌ବି’ ପୁରସ୍କାର

ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିବ ୨ କୋଟି ଟଙ୍କା ପୁରସ୍କାର

ନୂଆପଡ଼ା, ତା. ୨୫ /୦୮(:ଜିଲ୍ଲା ଖବର )ଓମ ପ୍ରକାଶ ଚୌଧୁରୀ )ନିଜସ୍ୱ ରାଜସ୍ୱ (Own Source Revenue–OSR) ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ପାଇଁ ନୂଆପଡ଼ା ଏନ୍‌ଏସିକୁ ‘ବେଷ୍ଟ ପରଫର୍ମିଂ ଅର୍ବାନ୍ ଲୋକାଲ୍ ବଡି (ULB)’ ପୁରସ୍କାର ପାଇଁ ଚୟନ କରାଯାଇଛି। ଏଥିପାଇଁ ନୂଆପଡ଼ା ଏନ୍‌ଏସିକୁ ୨ କୋଟି ଟଙ୍କାର ପୁରସ୍କାର ମିଳିବ।ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ପତ୍ର ଅନୁସାରେ, ‘Growth in Collection of OSR’ ବର୍ଗରେ ନୂଆପଡ଼ା ଏନ୍‌ଏସି ସମେତ ରାଜ୍ୟର ୧୫ଟି ସହରାଞ୍ଚଳ ସଂସ୍ଥାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁଏଲ୍‌ବି ଭାବେ ଚୟନ କରାଯାଇଛି। ଏହା ମଧ୍ୟରେ ନୂଆପଡ଼ା ଏନ୍‌ଏସିକୁ ୨ କୋଟି ଟଙ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି।ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ଦିଗରେ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ଗୁରୁତ୍ୱ ଦିଆଯାଇଥିଲା। ବକେୟା ରାଜସ୍ୱ ଆଦାୟ ପାଇଁ ନୂଆପଡ଼ା ଏନ୍‌ଏସିର ଅଧିକାରୀ ଓ କର୍ମଚାରୀମାନଙ୍କ ନିଷ୍ଠାପୂର୍ଣ୍ଣ ଓ ସମନ୍ୱିତ ପ୍ରୟାସ ଏହି ସଫଳତାରେ ପ୍ରମୁଖ ଭୂମିକା ନେଇଛି। ଆସନ୍ତା ୩୧ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT)ର ‘କୃଷି ଶିକ୍ଷା ସଦନ’ ଅଡିଟୋରିୟମ୍ ଓ ଆମେନିଟି ବ୍ଲକ୍‌ରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ପୁରସ୍କାର ପ୍ରଦାନ କରିବେ। ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ଏନ୍‌ଏସିକୁ ଅଭିନନ୍ଦନ ଜଣାଇଛନ୍ତି। “ଟିମ୍ ନୂଆପଡ଼ା ପାଇଁ ଏହା ଆଉ ଏକ ମାଇଲ୍‌ଷ୍ଟୋନ୍। ନୂଆପଡ଼ା ଏନ୍‌ଏସି ୨ କୋଟି ଟଙ୍କାର ପୁରସ୍କାର ସହ ବେଷ୍ଟ ପରଫର୍ମିଂ ଏନ୍‌ଏସି ଭାବେ ଚୟନ ହେବା ଗର୍ବର ବିଷୟ। ଏହି ସଫଳତା ପାଇଁ ନୂଆପଡ଼ା ଏନ୍‌ଏସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ,” ବୋଲି ଜିଲ୍ଲାପାଳ କହିଛନ୍ତି।ନୂଆପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରାକର କହିଛନ୍ତି, “ଜିଲ୍ଲାପାଳଙ୍କ ନିୟମିତ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି। ପିଡି ସାର୍‌ଙ୍କ ସମେତ ସମସ୍ତ ଅଧିକାରୀଙ୍କ ସହଯୋଗ ଏବଂ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ସେମାନଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ରହିଛି। ସମସ୍ତଙ୍କ ଆନ୍ତରିକ ସହଯୋଗ ଓ ନିରନ୍ତର ସମର୍ଥନ ପାଇଁ ମୁଁ କୃତଜ୍ଞ।”

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!