ମାରୱାଡ଼ି ମହିଳା ସମିତି ପକ୍ଷରୁ ୨୬ରେ ଖଡ଼ିଆଳ ରେ ‘ବାଲ୍ କାଉଡ଼ିଆ ଯାତ୍ରା’ ଅନୁଷ୍ଠିତ ହେବ
ମାରୱାଡ଼ି ମହିଳା ସମିତି ପକ୍ଷରୁ ୨୬ରେ ଖଡ଼ିଆଳ ରେ ‘ବାଲ୍ କାଉଡ଼ିଆ ଯାତ୍ରା’ ଅନୁଷ୍ଠିତ ହେବ

ଖଡ଼ିଆଳ : ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ଧର୍ମ ତଥା ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ମାରୱାଡ଼ି ମହିଳା ସମିତି (ରାଜା ଖଡ଼ିଆଳ ଶାଖା) ପକ୍ଷରୁ ଏକ ଭବ୍ୟ ‘ବାଲ୍ କାଉଡ଼ିଆ ଯାତ୍ରା’ ଆୟୋଜନ କରାଯାଉଛି। ଏହି ଯାତ୍ରା ଆସନ୍ତା ବୁଧବାର, ଅଗଷ୍ଟ ୨୬ ତାରିଖ ଅପରାହ୍ନ ୩:୦୦ ଘଟିକାରେ ସ୍ଥାନୀୟ ମା’ ସମଲେଶ୍ୱରୀ ମନ୍ଦିରରୁ ବାହାରି ଶ୍ରୀ ରାମ ମନ୍ଦିର ପର୍ଯ୍ୟନ୍ତ ଯିବ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳର ଛୋଟ ପିଲାମାନେ ହଳଦିଆ କିମ୍ବା କମଳା ରଙ୍ଗର ପୋଷାକ ପରିଧାନ କରି କାନ୍ଧରେ କାଉଡ଼ି ଧରି ଜଳାଭିଷେକ ଯାତ୍ରାରେ ସାମିଲ ହେବେ। ଶିଶୁମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଜାଗ୍ରତ କରିବା ପାଇଁ ସମିତି ପକ୍ଷରୁ ସମସ୍ତ ମାତୃଶକ୍ତିଙ୍କୁ ନିଜ ପିଲାମାନଙ୍କୁ ଏଥିରେ ସାମିଲ କରାଇବାକୁ ନିବେଦନ କରାଯାଇଛି।ନାମ ପଞ୍ଜୀକରଣ ଓ ଅଧିକ ସୂଚନା ପାଇଁ ସମିତିର ସଭାପତି ବବିତା ଅଗ୍ରୱାଲ (୭୦୦୮୫୫୬୫୮୩), ସମ୍ପାଦିକା ନିକିତା ଅଗ୍ରୱାଲ ଏବଂ ଶିଶୁ ବିକାଶ ମୁଖ୍ୟ ରେଖା ଅଗ୍ରୱାଲ (୮୨୪୯୬୪୩୭୫୫)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।




